ଓଡିଶା

odisha

ଆମେରିକା ନାଗରିକଙ୍କୁ ଲଗାଉଥିଲେ ଚୁନା, ଫେକ୍‌ କଲ୍‌ ସେଣ୍ଟରର ପର୍ଦ୍ଦାଫାସ - Fake International call center

By ETV Bharat Odisha Team

Published : May 19, 2024, 7:17 PM IST

FAKE INTERNATIONAL CALL CENTER BUSTED: ଦିଲ୍ଲୀରେ ଫେକ୍‌ କଲ ସେଣ୍ଟରର ପର୍ଦ୍ଦାଫାସ । ଆମେରିକା ନାଗରିକଙ୍କ ଠାରୁ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା । ଅଧିକ ପଢନ୍ତୁ

FAKE INTERNATIONAL CALL
FAKE INTERNATIONAL CALL (ETV Bharat)

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀର ଦ୍ବାରକା ସେକ୍ଟର-19 ଅଞ୍ଚଳରେ ଅନ୍ତର୍ଜାତୀୟ ଫେକ୍‌ କଲ୍‌ ସେଣ୍ଟରର ପର୍ଦ୍ଦାଫାସ । ଦୀର୍ଘ ଦିନ ଧରି ଏମାନେ ବିଦେଶୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକି ଆସୁଥିଲେ । ଦ୍ବାରକା ଅଞ୍ଚଳର 2ଟି ଘରେ ଏହି କଲ୍‌ ସେଣ୍ଟର ପରିଚାଳିତ ହେଉଥିବା ବେଳେ ଶେଷରେ ଏହି ଠକଙ୍କ ନିକଟରେ ପହଞ୍ଚିଛି ଦ୍ବାରକା ପୋଲିସ । ଏହି ମାମଲାରେ ପୋଲିସ 2 ଜଣ ମହିଳାଙ୍କ ସମେତ 7 ଜଣଙ୍କୁ ଗିରଫ କରିଛି । ଏମାନେ ନିଜକୁ ବଡ଼ କମ୍ପାନୀର ଟେକନିକ ସପୋର୍ଟ ଷ୍ଟାଫ ଭାବରେ ପରିଚିତ କରାଇ ବିଦେଶୀଙ୍କ ଠାରୁ ହରିଲୁଟ କରୁଥିବା ଜଣାପଡ଼ିଛି ।

ଦ୍ବାରକା ଡିସିପି ଅଙ୍କିତ ସିଂହଙ୍କ କହିବାନୁସାରେ, ଦ୍ବାରକା ଅଞ୍ଚଳରେ ଏକ ନକଲି କଲ୍‌ ସେଣ୍ଟର ପରିଚାଳିତ ହେଉଥିବା ସମ୍ପର୍କରେ ଖବର ମିଳିଥିଲା । ଏହି ସୂଚନା ଆଧାରରେ ପୋଲିସ ଚଢାଉ କରିଥିଲା । ପ୍ରଥମେ ପୋଲିସ ରେହାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହି ବ୍ୟକ୍ତି ଜଣକ ଗୋଟିଏ ଘରେ ଏପରି ଠକ କାର୍ଯ୍ୟ ଚଳାଉଥିଲା । ତାକୁ ଗିରଫ ପରେ ପଚରାଉଚରା ସମୟରେ ଆଉ ଏକ ଘରେ ତାର ସହଯୋଗୀ ଥିବା ଜଣାପଡ଼ିଥିଲା । ଏହାପରେ ପୋଲିସ ତୁରନ୍ତ ଉକ୍ତ ସ୍ଥାନରେ ଚଢଉ କରିଥିଲା । ସେଠାରେ କାମ କରୁଥିବା 6ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା । ଯେଉଁଥିରେ 2ଜଣ ମହିଳା ସାମିଲ ଅଛନ୍ତି ।

ଏହା ବି ପଢନ୍ତୁ- 104 ହେଲପ୍ ଲାଇନ୍କୁ ଆସୁଛି ଫେକ୍‌ କଲ: ଅଶ୍ଳୀଳ ଭାଷାରେ କରୁଛନ୍ତି ଗାଳିଗୁଲଜ

ଗିରଫ ଅଭିଯୁକ୍ତଙ୍କ ନାମ ହେଉଛି ଆଶିଷ, ଉଦୟ ଗିଲ, ପ୍ରଦୀପ କୁମାର, ନିଖିଲ ଗୁପ୍ତା, ପ୍ରଭଜୋତ । ପୋଲିସର କହିବାନୁସାରେ ଏମାନେ ଆମେରିକାର ନାଗରିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରୁଥିଲେ । ଏହାସହିତ ନିଜକୁ ବିଦେଶୀ ବୋଲି ପରିଚୟ ଦେଉଥିଲେ । ଅଭିଯୁକ୍ତମାନେ କିଛି ବିଦେଶୀ ନାଗରିକଙ୍କ ନାମ ସହାୟତାରେ ବିଦେଶୀମାନଙ୍କୁ ଯୋଗାଯୋଗ କରୁଥିଲେ । ଫଳରେ ୟୁଏସ ନାଗରିକଙ୍କୁ ଯେପରି ସେମାନଙ୍କ ଉପରେ କୌଣସି ପ୍ରକାର ସନ୍ଦେହ ନ ହେବ । ସେମାନେ ବିଦେଶୀମାନଙ୍କ ଆଗରେ ନିଜକୁ ବଡ଼ କମ୍ପାନୀର ଟେକନିକାଲ ସପୋର୍ଟ ଷ୍ଟାଫ ବୋଲି କହୁଥିଲେ ଏବଂ ସେମାନଙ୍କ କମ୍ପ୍ୟୁଟର ବା ଲାପଟପରେ କୌଣସି ସମସ୍ୟା ଥିଲେ ତାକୁ ଦୂର କରିବାର ଉପାୟ କହୁଥିଲେ । ଏହାସହିତ ସେ ବିଦେଶୀଙ୍କୁ ମୋଟା ଅଙ୍କର ଟଙ୍କା ଦେବା ପାଇଁ କହୁଥିଲେ ।

ଏଥିଲାଗି ଅଭିଯୁକ୍ତମାନେ ନିଜ ଲାପଟପ୍‌ରେ ଭର୍ଚ୍ଚୁଆଲ ପ୍ରାଇଭେଟ ନେଟୱର୍କ ଇନଷ୍ଟଲ କରିଥିଲେ । ଏଥିଲେ ସେ ନିଜର ଆଇପି ଆଡ୍ରେସ ଲୁଚାଇ ରଖିବାରେ ସଫଳ ହେଉଥିଲେ । ଅଭିଯୁକ୍ତଙ୍କ ନିକଟରୁ ପୋଲିସ 11ଟି ଲାପଟପ୍‌, 15ଟି ମୋବାଇଲ, 7ଟି ରାଉଟର ଓ କଲିଂ ସଫ୍ଟୱେର ଜବତ କରିଛି । ଅଭିୟୁକ୍ତଙ୍କ ନିକଟରେ ସେ ଏଯାବତ ଯେଉଁମାନଙ୍କୁ ଠକି ଥିଲେ ତାର ତାଲିକା ମଧ୍ୟ ଥିଲା, ଯାହାକୁ ପୋଲିସ ଜବତ କରିଛି । ଏବେ ପୋଲିସ ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details