ଓଡିଶା

odisha

ETV Bharat / bharat

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି, ମିଠା ଖୁଆଇ ଶୁଭକାମନା ଜଣାଇଲେ

ସବୁ ବର୍ଷ ପରି ଏଥର ବି ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଠା ଖୁଆଇ ଯବାନଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦି।

PM celebrates Diwali
PM celebrates Diwali (ETV Bharat)

By ETV Bharat Odisha Team

Published : Oct 31, 2024, 7:21 PM IST

କଚ୍ଛ: ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ 'ଏହା ମୋ ପାଇଁ ସବୁଠୁ ବଡ଼ ଖୁସି।' ଆଜି ଦୀପାବଳି ଅବସରରେ ଗୁଜୁରାଟର କଚ୍ଛରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ସେଠାରେ ଯବାନମାନଙ୍କ ସହ ଦୀପାବଳି ପାଳିବା ସହ ସେମାନଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଯବାନମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

PM celebrates Diwali (ETV Bharat)

ଗତବର୍ଷ ମୋଦି ହିମାଚଳ ପ୍ରଦେଶରେ ଯବାନ ମାନଙ୍କ ସହ ଦୀପାବଳି ସେଲିବ୍ରେସନ କରିଥିଲେ । ବିଗତ ବର୍ଷମାନଙ୍କରେ ମଧ୍ୟ ସେନା ୟବାନଙ୍କ ସହ ମୋଦି ଦୀପାବଳି ପାଳୁଥିବା ଦେଖିବାକୁ ମିଳେ। ଯେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟରେ ମଧ୍ୟ ସେ ଏଠାକାର ଯବାନଙ୍କ ସହ ଦୀପାବଳି ଉତ୍ସବରେ ସାମିଲ ହେଉଥିବା ଦେଖିବାକୁ ମିଳୁଥିଲା। ତେବେ ଚଳିତ ବର୍ଷ ମଧ୍ୟ ଗୁଜୁରାଟର କଚ୍ଛରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଯବାନମାନଙ୍କୁ ମିଠା ଖୁଆଇବା ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବରେ ସାମିଲ:

ଏହାପୂର୍ବରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାପରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି କହିଛନ୍ତି, "ଆତଙ୍କବାଦୀମାନେ ମଧ୍ୟ ଜାଣି ସାରିଲେଣି ଯେ, ଭାରତରେ ଆଉ କିଛି ହୋଇପାରିବନାହିଁ । କାରଣ ଭାରତ କୌଣସି ଆତଙ୍କୀଙ୍କୁ ଛାଡିବ ନାହିଁ ।"

ବିଗତ ବର୍ଷମାନଙ୍କରେ ଏହି ସ୍ଥାନରେ ଦୀପାବଳି ପାଳିଥିଲେ ମୋଦି:

  • 2015 ରେ ପଞ୍ଜାବରେ ଦୀପାବଳି ପାଳିଥିଲେ ମୋଦି
  • 2016ରେ ହିମାଚଳ ପ୍ରଦେଶରେ ମୋଦିଙ୍କ ଦୀପାବଳି ସେଲିବ୍ରେସନ
  • 2017ରେ କାଶ୍ମୀରର ଗୁରେଜ ସେକ୍ଟରରେ ଯବାନଙ୍କ ସହ ଦୀପାବଳି
  • 2018ରେ ଉତ୍ତରାଖଣ୍ଡ ଯବାନଙ୍କ ସହ ମୋଦିଙ୍କ ଦୀପାବଳି ପାଳନ
  • 2019ରେ ମଧ୍ୟ କାସ୍ମୀରରେ ମୋଦି ପାଳିଥିଲେ ଦୀପାବଳି
  • 2020ରେ ରାଜସ୍ଥାନର ଲୋଙ୍ଗେୱାଲାରେ ଦୀପାବଳି ପାଳିଥିଲେ
  • 2021ରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀନଗର ନୌଶେରାରେ ପାଳିଥିଲେ
  • 2022ରେ ମୋଦି କାଗରଗିଲରେ ଦୀପାବଳି ପାଳିଥିଲେ
  • 2023ରେ ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ମିଶି ଏହି ପର୍ବ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଏହା ବି ପଢନ୍ତୁ...ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ: ଦୀପ ଜାଳିଲେ, ବାଣ ଫୁଟାଇଲେ

ଏହା ବି ପଢନ୍ତୁ...ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର, ୧୦୦ କୋଟି ବ୍ୟୟରେ ନିର୍ମାଣ ହେବ ନୂଆ ହସ୍ପିଟାଲ

ଏହା ବି ପଢନ୍ତୁ...ଦୀପାବଳିରେ ଯବାନଙ୍କ ପାଇଁ ଦୀପଟିଏ ଜାଳିବାକୁ ମୋଦିଙ୍କ ଅନୁରୋଧ

ABOUT THE AUTHOR

...view details