ଓଡିଶା

odisha

ETV Bharat / bharat

୨୦ ଦେଶର କୂଟନୀତିଜ୍ଞ ମାନଙ୍କ ବାବା କାଶୀ ବିଶ୍ବନାଥ ଓ ଗଙ୍ଗା ଆରତୀ ଦର୍ଶନ - Diplomats Visit Kashi Viswanath - DIPLOMATS VISIT KASHI VISWANATH

Diplomats In Kashi Viswanath Temple: ବାବା କାଶୀ ବିଶ୍ବନାଥ ମହାଦେବଙ୍କୁ ଦର୍ଶନ କରିଛନ୍ତି ୨୦ ଟି ଦେଶର କୂଟନୀତିଜ୍ଞ ଦଳ। ଗତ ଶନିବାର ଦିନ ବାରଣାସୀ ଭ୍ରମଣ କରିବା ପରେ ଦିବ୍ୟ ଗଙ୍ଗା ଆରତୀ ଦର୍ଶନ କରିଥିଲେ । ଅଧିକ ପଢନ୍ତୁ

ବାବା କାଶୀ ବିଶ୍ବନାଥ ଓ ଗଙ୍ଗା ଆରତୀ ଦର୍ଶନ
ବାବା କାଶୀ ବିଶ୍ବନାଥ ଓ ଗଙ୍ଗା ଆରତୀ ଦର୍ଶନ

By ETV Bharat Odisha Team

Published : Apr 14, 2024, 8:22 PM IST

ଲକ୍ଷ୍ନୌ: ଧର୍ମ ନଗରୀ ବାରଣାସୀରେ ଜମିଛି ବିଦେଶୀ ଅତିଥିମାନଙ୍କ ଭିଡ । ବନାରସୀ ଶାଢୀ ଓ ବନାରସୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ଆୟୋଜିତ ହେବାକୁ ଯାଉଛି ଇଣ୍ଟରନ୍ୟାସନାଲ ଫ୍ୟାସନ ସୋ' । ଏହି ଫ୍ୟାସନ ସୋ'ରେ ଭାଗ ନେବାକୁ ୨୦ ଦେଶର କୂଟନୀତିଜ୍ଞମାନେ ବାରଣାସୀରେ ପହଞ୍ଚିଛନ୍ତି । ସମସ୍ତ କୂଟନୀତିଜ୍ଞମାନେ ଗତ ଶନିବାର ଦିନ ବାରଣାସୀ ଭ୍ରମଣ କରିବା ପରେ ଦିବ୍ୟ ଗଙ୍ଗା ଆଳତୀ ଦର୍ଶନ କରିଥିଲେ । ସେହିପରି ଆଜି (ରବିବାର) ସମସ୍ତ କୂଟନୀତିଜ୍ଞମାନେ ବିଶ୍ବ ପ୍ରସିଦ୍ଧ ବାବା କାଶୀ ବିଶ୍ବନାଥ ମହାଦେବଙ୍କ ଅଲୌକିକ ଦର୍ଶନ କରିଥିଲେ ।

ବିଭିନ୍ନ ଦେଶରୁ ଆସିଥିବା କୂଟନୀତିଜ୍ଞ ମାନେ ଶ୍ରୀକାଶୀ ବିଶ୍ବନାଥ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ । ଏହି ଅବସରରେ ମନ୍ଦିରର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ସମସ୍ତ କୂଟନୀତିଜ୍ଞ ଓ ସେମାନଙ୍କ ପରିଜନମାନଙ୍କୁ ଶ୍ରୀବିଶ୍ବନାଥଙ୍କ ଦୁପଟ୍ଟା ଓ ପ୍ରସାଦ ଦେଇ ସ୍ବାଗତ କରିଥିଲେ । ଦର୍ଶନ ସରିବା ପରେ କୂଟନୀତିଜ୍ଞମାନେ ମନ୍ଦିରର ଦ୍ବାର ସମ୍ମୁଖରେ ଫଟୋ ଉତ୍ତୋଳନ କରିଥିଲେ । ମରିସସ୍, ଶ୍ରୀଲଙ୍କା, ସିଶେଲ୍ସ, ମୋଲଡୋଭ, ଘାନା, ମାଲି, ଜାମାଇକା ସହିତ ଅନେକ ଦେଶର କୂଟନୀତିଜ୍ଞମାନେ ପ୍ରାଚୀନ ଶୈବ ସାଧନା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହା ସହ ଧ୍ୟାନ ଓ ମନ୍ଦିର ଆରାଧନା ବିଷୟରେ ମଧ୍ୟ ଜାଣିବାକୁ ଚାହିଁଥିଲେ ।

ଏହା ମଧ୍ୟ ପଢନ୍ତୁ... ଜ୍ଞାନବ୍ୟାପୀ ମସଜିଦ ଭିତରେ ଜାରି ରହିବ ହିନ୍ଦୁପକ୍ଷର ପୂଜାର୍ଚ୍ଚନା, ରୋକ ଲଗାଇବା ପାଇଁ ମନା କଲେ ସୁପ୍ରିମକୋର୍ଟ - Gyanvapi Mosque Case

ମନ୍ଦିର ପ୍ରଶାସନ ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ବିଦ୍ବାନ ଅର୍ଚକ ଗୁରୁଙ୍କ ସହାୟତା ନେଇଥିଲେ । ଏତଦ୍ ବ୍ୟତୀତ, ଏ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ କୂଟନୀତିଜ୍ଞମାନଙ୍କୁ ଆଉଥରେ ଆସିବା ପାଇଁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । କୂଟନୀତିଜ୍ଞମାନେ ମନ୍ଦିର ପ୍ରଶାସନ ଓ ପୂଜକଙ୍କ ସହ ଗ୍ରୁପ୍ ଫଟୋ ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । 'ଧରୋହର କାଶୀ କି' କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଓ ଆଇଏମଏଫ୍ (ଇଣ୍ଡିଆନ ମାଇନୋରିଟି ଫାଉଣ୍ଡେସନ)ର ଆବାହକ ସତନାମ ସିଂ ସନ୍ଧୁଙ୍କ ଛଡା ୨୦ଟି ଦେଶରୁ ଆସିଥିବା କୂଟନୀତିଜ୍ଞ ମାନେ ଫ୍ୟାସନ ସୋ'ରେ ଯୋଗ ନେବା ପାଇଁ ବାରଣାସୀ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details