ନୂଆଦିଲ୍ଲୀ:ଅଡୁଆରେ ଗୁଗଲ । ପୁଣି ଗଣିବ ଫାଇନ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ 1ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଭୁଲ ଉପସ୍ଥାପନା ଏବଂ ୟୁରୋପୀୟ ପେଟେଣ୍ଟ ଅଫିସ (ଇପିଓ) ଦ୍ୱାରା ପେଟେଣ୍ଟ ପ୍ରତ୍ୟାଖ୍ୟାନ ସମ୍ପର୍କରେ ସୂଚନା ପ୍ରକାଶ କରିବାରେ ବିଫଳତା ପାଇଁ ହାଇକୋର୍ଟ ଏହି ଜରିମାନା ଲଗାଇଛନ୍ତି । ଏହାସହ ଜଷ୍ଟିସ୍ ପ୍ରତୀବା ଏମ ସିଂ ଗୁଗଲ ଦ୍ୱାରା ଆସିଥିବା ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ପେଟେଣ୍ଟ ଏବଂ ଡିଜାଇନର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏନେଇ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି, ଉଦ୍ଭାବନ ପଦକ୍ଷେପ ଅଭାବରୁ ଗୁଗଲର ଆବେଦନ ପ୍ରତ୍ୟାଖ୍ୟାନ ହୋଇଥିବାବେଳେ ଗୁଗଲ ଇପିଓ ପୂର୍ବରୁ ଏହି ଆବେଦନକୁ ଛାଡି ଦେଇଥିବା ଦାବି କରାଯାଇଛି ।
ଉଦ୍ଭାବନକାରୀ ପଦକ୍ଷେପର ଅଭାବ ହେତୁ ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ଅଫ୍ ପେଟେଣ୍ଟସ୍ ଏବଂ ଡିଜାଇନ୍ ଦ୍ବାରା ଗୁଗଲର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଆଇପିଏବି ରଦ୍ଦ ହେବା ପରେ ଆବେଦନ ହାଇକୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ହାଇକୋର୍ଟ ଗୁଗଲର ଆବେଦନକୁ ମଧ୍ୟ ଖାରଜ କରି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ମାର୍କେଟିଂ ବ୍ରିଚକୁ ନେଇ ଅଡୁଆରେ ଆପଲ-ଗୁଗଲ-ମେଟା, ଇୟୁର ଯାଞ୍ଚ ଆରମ୍ଭ - EU To Probe Apple Google