ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ । ଆଜି (ଶନିବାର) ସକାଳ ପାଖାପାଖି 10ଟା ବେଳେ କେଜ୍ରିଓ୍ୱାଲଙ୍କ ବାସଭବନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଏହାପୂର୍ବରୁ ଗତକାଲି (ଶୁକ୍ରବାର) ମଧ୍ୟ ଦିଲ୍ଲୀ ପୋଲିସ ଟିମ କେଜ୍ରିଓ୍ୱାଲଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିନଥିଲା କ୍ରାଇମବ୍ରାଞ୍ଚ । ତେବେ କିିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ସମେତ ଆପ୍ର କିଛି ମନ୍ତ୍ରୀ ବିଜେପି ଟଙ୍କା ଦେଇ ଆପ୍ର ବିଧାୟକମାନଙ୍କୁ କିଣିବାକୁ ପ୍ରୟାସ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଯାହାର ତଦନ୍ତ ପାଇଁ କେଜ୍ରିଓ୍ୱାଲଙ୍କୁ ନୋଟିସ ଜାରି କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ ।
ଏହାମଧ୍ୟ ପଢନ୍ତୁ..କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ
ଜାନୁଆରୀ 27 ତାରିଖରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସମେତ ଆପର କିଛି ନେତା ବିଜେପି ଉପରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆପ୍ ବିଧାୟକମାନଙ୍କୁ କିଣିବାକୁ ବିଜେପି ପ୍ରୟାସ କରୁଥିବା ସହ ଏନେଇ ସମସ୍ତ ବିଧାୟକଙ୍କୁ 25 କୋଟି ଟଙ୍କା ଅଫର କରିଥିବା ଅଭିଯୋଗ ଆଣିଥିଲେ ଆପ ନେତା । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଏନେଇ ଟ୍ୱିଟ କରି ବିଜେପି ଉପରେ ଅଭିଯୋଗ ଆଣିବା ସହ ବର୍ଷିଥିଲେ । ଏହାପରେ ଆମ ଆଦମୀ ପାର୍ଟିର ମୁଖ୍ୟାଳୟରେ ମନ୍ତ୍ରୀ ଆତିଶୀ, ବିଧାୟକ ଦୁର୍ଗେଶ ପାଠକ ଓ ଅନ୍ୟ ପ୍ରମୁଖ ଆପ ନେତାମାନେ ପ୍ରେସ୍ କନଫରେନ୍ସ କରି ଏହି ଅଭିଯୋଗକୁ ଉପସ୍ଥାପନ କରିଥିଲେ । ଦିଲ୍ଲୀ ଶିକ୍ଷାମନ୍ତ୍ରୀ କହିଥିଲେ, 'ଆପର ସମସ୍ତ ବିଧାୟକଙ୍କୁ କିଣିବା ପାଇଁ ବିଜେପି 25 କୋଟି ଟଙ୍କା ଲେଖାଏଁ ଅଫର ଦେଇଛନ୍ତି । ଏହାର ପ୍ରମାଣ ସ୍ୱରୂପ ଅଡିଓ କ୍ଲିପ ମଧ୍ୟ ରହିଛି । ସମୟ ଆସିଲେ ଏହି ଅଡିଓ କ୍ଲିପ ଲୋକଲୋଚନକୁ ଅଣାଯିବ ।"