ରାୟପୁର: ଛତିଶଗଡ଼ କୋରିଆ ଜିଲ୍ଲା ସ୍ଥିତ ଏକ ସରକାରୀ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ । ଛାତ୍ରୀ ଜଣକ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ପରେ ଶିଶୁଟିକୁ ହଷ୍ଟେଲ ପରିସର ମଧ୍ୟରେ ଗାତ ଖୋଳି ପୋତି ଦେଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ହଷ୍ଟେଲରେ ପହଞ୍ଚିଛି ପୋଲିସ । ତେବେ ଛାତ୍ରୀ ଜଣକ ଗର୍ଭବତୀ ଥିବା ନେଇ ଅଜ୍ଞ ଥିଲେ ବୋଲି ପୋଲିସ କହିଛି ।
ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ଏକ ପ୍ରି-ମ୍ୟାଚୁଅର ଶିଶୁକୁ ଜନ୍ମ ଦେଇଥିଲା । ଏହାପରେ ଶିଶୁକୁ ହଷ୍ଟେଲ ପରିସରରେ ଗାତ ଖୋଳି ପୋତି ଦେଇଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ସୋନହାଟ ପୋଲିସ ତଦନ୍ତ ଜାରି ରଖିଛି । ଏହାପରେ ପୋଲିସ ଶିଶୁଟିର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଏହାକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ନାବାଳିକା ଜଣକ କେତେ ମାସ ଧରି ଗର୍ଭବତୀ ଥିଲେ । ପୋଲିସ ପ୍ରଥମେ ବ୍ୟବଚ୍ଛେଦ ପାଇଁ ବୈକୁଣ୍ଠପୁର ହସ୍ପିଟାଲକୁ ନେଇଥିଲା । ହେଲେ ସେଠାରେ ଏକ୍ସପର୍ଟ ନଥିବାରୁ ଶେଷର ମୃତଦେହକୁ ଅମ୍ବିକାପୁର ମେଡିକାଲ କଲେଜକୁ ନିଆଯାଇଥିଲା ।
ଏହା ବି ପଢନ୍ତୁ- Shocking News: ୟୁଟ୍ୟୁବ ଦେଖି ସନ୍ତାନକୁ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ