ଓଡିଶା

odisha

ETV Bharat / bharat

ହଟିଲା 'ନୋ ଡିଟେନସନ ପଲିସି', ଏଣିକି ଫେଲ ହେଲେ ଆଉ ହେବନି କ୍ଲାସ ପଦୋନ୍ନତି - CENTER SCRAPS NO DETENTION POLICY

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା । ପଞ୍ଚମ ଓ ଅଷ୍ଟମରେ ଫେଲ ହେଲେ ହେବନି କ୍ଲାସ ପଦୋନ୍ନତି ।

CENTER SCRAPS NO DETENTION POLICY
CENTER SCRAPS NO DETENTION POLICY (ETV Bharat)

By ETV Bharat Odisha Team

Published : Dec 23, 2024, 7:21 PM IST

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା । ହଟିଲା 'ନୋ ଡିଟେନସନ ପଲିସି' (No Detention Policy) । ଏଣିକି ବାର୍ଷିକ ପରୀକ୍ଷାରେ ଫେଲ ହେଲେ ଆଉ ହେବନି କ୍ଲାସ ପଦୋନ୍ନତି । ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁଧାର ଆଣିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କଣ ରହିଛି ନୂଆ ନୀତି

ଆଜି(ସୋମବାର) କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୋ ଡିଟେନସନ ପଲିସି (No Detention Policy)କୁ ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ ହେଲେ ଛାତ୍ରଛାତ୍ରୀମାନଙ୍କୁ ଉପର କ୍ଲାସକୁ ପଦୋନ୍ନତି କରାଯିବ ନାହିଁ । ଅସଫଳ ଛାତ୍ରଛାତ୍ରୀମାନଙ୍କୁ ୨ ମାସ ମଧ୍ୟରେ ଆଉ ଏକ ପରୀକ୍ଷା ଦେବାକୁ ପଡିବ । ଯଦି ସେଥିରେ ସେମାନେ ପାସ୍ କରନ୍ତି ତେବେ ଉପର କ୍ଲାସକୁ ଯାଇପାରିବେ । କିନ୍ତୁ ଫେଲ ହେଲେ ସେହି କ୍ଲାସରେ ରହି ପୁଣି ଥରେ ପଢିବାକୁ ପଡିବ ।

ନୂଆ ନୀତିର ଉଦ୍ଦେଶ୍ୟ

ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ନୀତିର ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିଖିବାର କ୍ଷମତାକୁ ଆହୁର ଭଲ କରିବା ଓ ଶିକ୍ଷା ଗ୍ରହଣ ବ୍ୟବସ୍ଥାରେ ସୁଧାର ଆଣିବା ।

'ନୋ ଡିଟେନସନ ପଲିସି' (No Detention Policy) କଣ

ଶିକ୍ଷାଗତ ଅଧିକାର 2009 ଅଧିନରେ ଥିବା 'ନୋ ଡିଟେନସନ ପଲିସି' ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ଶିକ୍ଷା ନ ସରିବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ଫେଲ କରାଯିବ ନାହିଁ କିମ୍ବା ବିଦ୍ୟାଳୟରୁ ବାହାର କରାଯିବ ନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ବର୍ତ୍ତମାନ ଏହି ନିୟମକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସଚିବ ସଞ୍ଜୟ କୁମାର କହିଛନ୍ତି," ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ସମସ୍ତ ପ୍ରକାର ପ୍ରୟାସ କରିବା ପରେ ଯଦି ଛାତ୍ରଛାତ୍ରୀଙ୍କୁ ଫେଲ କରିବାକୁ ପଡୁଛି ତେବେ ତାଙ୍କୁ ଫେଲ କରାଯିବ । କିନ୍ତୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରାଯିବନାହିଁ । ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ଆମେ ଏୟା ଚାହୁଁଛୁ ଯେ ସବୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଅନେକ ଗୁଣାରେ ଭଲ ହେଉ । ଏହି ଉଦ୍ଦେଶ୍ୟକୁ ସାର୍ଥକ କରିବା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ କୌଣସି କାରଣବଶତଃ ପାଠ ପଢାରେ ସେତେଟା ଭଲ ନୁହଁନ୍ତି ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉ । ସେଥିପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି ।"

ଏହାମଧ୍ୟ ପଢନ୍ତୁ...

ବଦଳିଲା ମୋ ସ୍କୁଲ ଅଭିଯାନ ନାଁ

'KGରୁ PG ସାନ୍ତାଳୀ ଭାଷାରେ ପାଠପଢ଼ା', ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସ୍ବାଗତ

ନୀତି ନୈତିକତା ଶିକ୍ଷା ପଦ୍ଧତି ପାଇଁ ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଲେ ଅଧ୍ୟାପକ

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି , ଏଣିକି ସ୍ନାତକ କୋର୍ସ 4 ବର୍ଷ

ଏଥର ନୂଆ ଢାଞ୍ଚାରେ ଯୁକ୍ତ ଦୁଇ ପରୀକ୍ଷା, ଇଣ୍ଟରନାଲ ଓ ପ୍ରାକ୍ଟିକାଲ ପରେ ମେନ୍ ପରୀକ୍ଷା - PLUS TWO EXAM DATE

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details