ନୂଆଦିଲ୍ଲୀ:ରାଜ୍ୟସଭାରୁ ମିଳିଛି ବିଡା ବିଡା ଟଙ୍କା । ସଂସଦରେ ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା । ଏହାପରେ ଗୃହ କାର୍ଯ୍ୟ ସ୍ଥଗିତ ରଖିଥିଲେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ । ଗୃହ କାର୍ଯ୍ୟ ସରିବା ପରେ ଯେତେବେଳେ ସଫେଇ ହେଲା ସିଟ୍ ନମ୍ବର 222ରୁ ମିଳିଲା ନୋଟ୍ ବଣ୍ଡଲ । ତେବେ ଏହି ଟଙ୍କା ବଣ୍ଡଲ କାହାର ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଟଙ୍କା ବିଡ଼ା କାହାର?
ଯେଉଁ ସିଟରୁ ଟଙ୍କା ବିଡା ମିଳିଥିଲା ତାହା ହେଉଛି ତେଲେଙ୍ଗାନାରୁ ନିର୍ବାଚିତ ହୋଇ ରାଜ୍ୟସଭା ସାଂସଦ ଅଭିଷେକ ମନୁ ସିଂଘବିଙ୍କ ସିଟ୍ । ହେଲେ ଏହି ଘଟଣା ସାମନାକୁ ଆସିବା ପରେ ସେ କହିଛନ୍ତି ଯେ ସେ ମାତ୍ର 500 ଟଙ୍କା ସାଙ୍ଗରେ ନେଇ ଗୃହକୁ ଯାଇଥାନ୍ତି । ଏହାସହ ସିଂଘବି ଆହୁରି କହିଛନ୍ତି, "ମୁଁ 714 କୋଟି ଟଙ୍କା ଆୟକର ପୈଠ କରିଛି । ଏପରି କେହି କରିପାରିବେ କି ? ପ୍ରଶ୍ନ କରି ସେ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି।"
ଆସନ୍ତୁ ଜାଣିବା ଅଭିଷେକ ମନୁ ସିଂଘବି କିଏ?
କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବି ଦେଶର ବେଶ ଜଣାଶୁଣା ବ୍ୟକ୍ତିତ୍ବ । ସେ ଜଣେ ବରିଷ୍ଠ ଓକିଲ ମଧ୍ୟ । ସୁପ୍ରିମକୋର୍ଟର ବହୁ ହାଇପ୍ରୋଫାଇଲ ମାମଲାର ସମାଧାନ କରିଛନ୍ତି ସିଂଘବି । 1997-98 ମସିହାରେ ସେ ଦେଶର ଆଡିସିନାଲ ସଲିସିଟର ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି । ତେବେ ଟଙ୍କା ପ୍ରସଙ୍ଗକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି ।