ଓଡିଶା

odisha

ETV Bharat / bharat

ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ' ଗରିବ-କୃଷକଙ୍କ ବିକାଶ ପାଇଁ ନିଆଯାଉଛି ପଦକ୍ଷେପ' - UNION BUDGET 2025

ସଂସଦରେ 2024-25 ଆର୍ଥିକ ବର୍ଷର ‘ଇକୋନୋମିକ ସର୍ଭେ ରିପୋର୍ଟ’ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

General Budget Session 2025
General Budget Session 2025 (IANS)

By ETV Bharat Odisha Team

Published : Jan 31, 2025, 10:01 AM IST

Updated : Jan 31, 2025, 11:22 AM IST

ନୂଆଦିଲ୍ଲୀ:ଆଜିଠୁ ସଂସଦ ବଜେଟ୍ ଅଧିବେଶନ । 2024-25 ଆର୍ଥିକ ବର୍ଷର ‘ଇକୋନୋମିକ ସର୍ଭେ ରିପୋର୍ଟ’ ଆଗତ ହେବ । ଏହା ପୂର୍ବରୁ ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତିଙ୍କ ଉଦବୋଧନ:

ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧନ କରି କହିଛନ୍ତି ଯେ, "ସମ୍ବିଧାନର 75 ବର୍ଷ ପୂର୍ତ୍ତି ହୋଇଛି । ଭାରତୀୟ ଗଣତନ୍ତ୍ର 75 ବର୍ଷର ଯାତ୍ରା ପୂରା କରିଛି । ଦେଶବାସୀଙ୍କ ତରଫରୁ ବାବାସାହେବ ଆମ୍ବେଦକରଙ୍କ ସମେତ ସମସ୍ତ ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଉଛି । ମହାକୁମ୍ଭ ଐତିହାସିକ ପର୍ବ ଜାରି ରହିଛି । ଏହି ଅବସରରେ ପ୍ରୟାଗରାଜକୁ ଦେଶ ବିଦେଶରୁ ଭକ୍ତ ଆସି ସ୍ନାନ କରୁଛନ୍ତି । ମହାକୁମ୍ଭରେ ମୌନି ଅମାବାସ୍ୟାରେ ଘଟିଥିବା ଅଘଟଣରେ ମୃତକଙ୍କ ପାଇଁ ଶୋକ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । କିଛି ଦିନ ପୂର୍ବେ ଆମେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ହରାଇଛୁ । ସେ 10 ବର୍ଷ ଧରି ଲୋକଙ୍କ ସେବା କରିଛନ୍ତି ଓ ଦୀର୍ଘ ସମୟ ଧରି ସଂସଦର ସଦସ୍ୟ ରହିଛନ୍ତି । ତାଙ୍କୁ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବର୍ତ୍ତମାନ ଦେଶ ବିକାଶ ଦିଗରେ ଗତି କରୁଛି । ଦେଶରେ ଗରିବ, ମଧ୍ୟମବର୍ଗ, ୟୁବ, ମହିଳା, ଓ କୃଷକଙ୍କୁ ପ୍ରାଥମିକତା ମିଳୁଛି ।"

  • ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ:

ବଜେଟ୍ ସେସନ ପୂର୍ବରୁ ସଂସଦରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଜନତା ମୋତେ 3 ଥର ଦାୟିତ୍ବ ଦେଇଛନ୍ତି । ତୃତୀୟ କାର୍ଯ୍ୟକାଳରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟରେ ବିକଶିତ ଭାରତର ପ୍ରତିଫଳନ ହେବ । ଏହି ବଜେଟ୍ ଏକ ନୂଆ ବିଶ୍ବାସ ସୃଷ୍ଟି କରିବ, 2047ରେ ଯେବେ ଆଜାଦୀର 100 ବର୍ଷ ପୂରଣ ହେବ ସେତେବେଳେ 140 କୋଟି ଦେଶବାସୀ ସାମୂହିକ ପ୍ରୟାସରେ ଏହି ସଂକଳ୍ପ ପରିପୂର୍ଣ୍ଣ କରିବେ । ତୃତୀୟ ଟର୍ମରେ ଆମେ ସର୍ବାଙ୍ଗୀନ ବିକାଶର ସଂକଳ୍ପକୁ ନେଇ ମିଶନ ମୋଡରେ ଆଗକୁ ବଢି ଚାଲିଛୁ । ଇନୋଭେସନ, ଇନକ୍ଲୁସନ ଓ ଇନଭେଷ୍ଟମେଣ୍ଟକୁ ନେଇ ଲଗାତାର ଆର୍ଥିକ ଗତିବିଧି ହେଉଛି । ବିଶେଷ କରି ନାରୀ ଶକ୍ତିକୁ ପୂର୍ଣ୍ଣ ପ୍ରସ୍ଥାପିତ ପୂର୍ବକୁ ସମସ୍ତ ନାରୀଙ୍କୁ ସମାନ ଅଧିକାର ଦେବାକୁ ଆମେ ଫୋକସ ଦେଉଛୁ । ଯାହାକୁ ନଜରରେ ରଖି ଏହି ବଜେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯୁବ ଶକ୍ତି ଯେତେବେଳେ 45-47 ବର୍ଷର ହେବେ ସେମାନେ ବିକଶିତ ଭାରତର ସାକ୍ଷୀ ରହିବେ । ଏହାକୁ ନେଇ ଗର୍ବ କରିବେ । ଏହା ସେମାନଙ୍କ ପାଇଁ ବଡ଼ ଉପହାର ହେବ ।"

  • କାଲି ସାଧାରଣ ବଜେଟ୍ :

ଆସନ୍ତାକାଲି (ଫେବ୍ରୁଆରୀ 1)ରେ 2025-26 ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2025-26ର ବଜେଟ୍ ଉପସ୍ଥାପନ କରିବେ । ଗତବର୍ଷ(2024) ନିର୍ବାଚନ ପୂର୍ବରୁ ଫେବୃଆରୀରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ଏହାପରେ ଜୁଲାଇ 23ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

  • ବଜେଟ ସହ 16 ବିଲ୍‌

ସାଧାରଣ ବଜେଟ ବ୍ୟତୀତ ଏଥିରେ ପ୍ରାୟ 16ଟି ବିଲ ଆଗତ କରିବେ ମୋଦି ସରକାର । ଏଥିରେ ବହୁଚର୍ଚ୍ଚିତ ଓ୍ବାକଅଫ ସଂଶୋଧନ ବିଲ ମଧ୍ୟ ରହିଛି । ନିକଟରେ ଯୁଗ୍ମ ସଂସଦୀୟ କମିଟିର ଅନୁମୋଦନ ଲାଭ କରିଥିବା ଏହି ବିଲ ଗୃହରେ ଆଗତ ହୋଇ ଆଲୋଚନା ବେଳେ ଜୋରଦାର ବିତର୍କ ଦେଖାଯିବା ନେଇ ଆଶା କରାଯାଉଛି । ସେହିପରି ଏକକ ନିର୍ବାଚନ ବିଲ ମଧ୍ୟ ଆଗତ ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...କାଲିଠୁ ସଂସଦ ବଜେଟ୍‌ ଅଧିବେଶନ: ଶନିବାର ବଜେଟ୍‌, ଆଗତ ହେବ 16 ବିଲ - BUDGET SESSION 2025

କେନ୍ଦ୍ରୀୟ ବଜେଟ୍‌ 2025-26: ଚର୍ଚ୍ଚାରେ ନିର୍ମଳାଙ୍କ ଟ୍ୟାକ୍ସ ସ୍ଲାବ, ମଧ୍ୟବିତ୍ତଙ୍କୁ ମିଳିବ କି ବଡ ଆଶ୍ବସ୍ତି - UNION BUDGET 2025

ଫେବୃଆରୀ ୧୭ରେ ରାଜ୍ୟ ବଜେଟ: ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍-ପରାମର୍ଶ ସଭା

Last Updated : Jan 31, 2025, 11:22 AM IST

ABOUT THE AUTHOR

...view details