ଓଡିଶା

odisha

ETV Bharat / bharat

ଲୋକସଭା ନିର୍ବାଚନ: ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ - Prime Minister Narendra Modi

BJP To Release List Of 100 Candidates For Lok Sabha Polls Next Week: ଲୋକସଭା ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି । ଆସିପାରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି, ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ
ଲୋକସଭା ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି, ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ

By ETV Bharat Odisha Team

Published : Feb 24, 2024, 8:50 PM IST

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ବିଜେପି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳ 100 ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଥିବା ବେଳେ ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ମଧ୍ୟ ପ୍ରକାଶ ପାଇପାରେ । ନରେନ୍ଦ୍ର ମୋଦି ଦେଶର କେଉଁ ଆସନରୁ ନିର୍ବାଚନ ଲଢିବେ, ତାହା ମଧ୍ୟ ଦଳର ଭୋଟବ୍ୟାଙ୍କକୁ ପ୍ରଭାବିତ କରିବାର ସର୍ବାଧିକ ସମ୍ଭାବନା ରହିଛି । ମୋଦିଙ୍କ ସହ ଦଳର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ ମଧ୍ୟ ଏହି ତାଲିକାରେ ଘୋଷଣା ହୋଇପାରେ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ 29 ତାରିଖରେ ଦଳର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରାର୍ଥୀ ଚୂଡାନ୍ତ ହେବା ଉପରେ ମୋହର ବାଜିପାରେ । ଏହା ପରେ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ । ଦଳ ଏଥର ପୂର୍ବ ଦୁଇ ନିର୍ବାଚନ 2014 ଓ 2019 ନିର୍ବାଚନର ଆସନ ସଂଖ୍ୟାକୁ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି । ଦଳ ଏଥର 543 ଆସନ ମଧ୍ୟରୁ 370 ଆସନରେ ବିଜୟ ଲାଭ କରିବାକୁ ଲକ୍ଷ୍ୟ ରଖିଛି । ଦଳର ଲକ୍ଷ୍ୟ ଅନୁସାରେ,ଏନଡିଏ ସହଯୋଗୀ ଦଳଙ୍କ ସଂଖ୍ୟାକୁ ମିଶାଇ ଶାସକ ମେଣ୍ଟର ମୋଟ ସଂଖ୍ୟା 400 ପାର କରିବ । ନିକଟରେ ଦିଲ୍ଲୀର ‘ଭାରତ ମଣ୍ଡପମ’ ଶେଷ ହୋଇଥିବା ବିଜେପିର 2ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଦଳ ଏହି ଟାର୍ଗେଟ ସହ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ 100 ଦିନର ନିର୍ବାଚନୀ ଟାକ୍ସ ମଧ୍ୟ ଦେଇସାରିଛି ।

ଏହା ମଧ୍ୟ ପଢନ୍ତୁ :- ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ

ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଆଗାନୀ ନିର୍ବାଚନୀ ଆସନ ଉପରେ । 2014 ଓ 2019 ରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବାରାଣାସୀରୁ ନିର୍ବାଚନ ଲଢି ଜିତିଛନ୍ତି । 2014 ରେ ପ୍ରଧାନମନ୍ତ୍ରୀଙ୍କ ବିଜୟୀ ଭୋଟ ବ୍ୟବଧାନ 3.37 ଲକ୍ଷ ଥିବା ବେଳେ 2019 ରେ ଏହି ସଂଖ୍ୟା 4.8 ଲକ୍ଷ ଭୋଟକୁ ବୃଦ୍ଧି ପାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଦଳର ସର୍ବାଧିକ ଲୋକପ୍ରିୟ ନେତା ସହ ଭୋଟପୁଲର ମଧ୍ୟ । ତେଣୁ ସେ ଲଢୁଥିବା ରାଜ୍ୟ ଓ କ୍ଷେତ୍ରର ଭୋଟ ଉପରେ ଏହାର ପ୍ରତ୍ୟେକ୍ଷ ପ୍ରଭାବ ପଡିବ । ସେହିପରି ଅମିତ ଶାହ 2019 ରେ ବିଜେପିର ସୁରକ୍ଷିତ ଗଡ ତଥା ଦଳର ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କ ପାରମ୍ପରିକ ଆସନ ଗାନ୍ଧୀନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ଏଥର ଏହି ଉଭୟ ନେତାଙ୍କ ଆସନ ବଦଳୁଛି ନା, ଅପରିବର୍ତ୍ତିତ ରହୁଛି ତା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details