ଓଡିଶା

odisha

ETV Bharat / bharat

ପୁଣି ୨ ଓଡ଼ିଆଙ୍କୁ ଭରସିଲା ବିଜେପି:  ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କ କାନ୍ଧରେ ହରିୟାଣା-ମହାରାଷ୍ଟ୍ର ନିର୍ବାଚନ - BJP appoints Election In charge - BJP APPOINTS ELECTION IN CHARGE

BJP appoints Election In charge in 4 State: ପୁଣି ଓଡ଼ିଆ ନେତାଙ୍କ ଉପରେ କେନ୍ଦ୍ର ବିଜେପିର ଭରସା । ଆଗକୁ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହାପୂର୍ବରୁ ବିଜେପି ଘୋଷଣା କରିଛି ପ୍ରଭାରୀ ଓ ସହପ୍ରଭାରୀଙ୍କ ନାଁ । ହରିୟାଣା ନିର୍ବାଚନରେ ପ୍ରଭାରୀ ଦାୟିତ୍ୱ ତୁଲାଇବେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

BJP appoints Election In charge in 4 State
BJP appoints Election In charge in 4 State (ETV Bharat)

By ETV Bharat Odisha Team

Published : Jun 17, 2024, 4:28 PM IST

Updated : Jun 17, 2024, 6:51 PM IST

ହାଇଦ୍ରାବାଦ:ଆଗକୁ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଓ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଆଜି (ସୋମବାର) ବିଜେପି ପକ୍ଷରୁ ପ୍ରଭାରୀ ଓ ସହ-ପ୍ରଭାରୀ ନାଁ ଘୋଷଣା କରାଯାଇଛି । ପୁଣି ୨ ଓଡ଼ିଆ ନେତାଙ୍କ ଉପରେ ଗୁରୁଦାୟିତ୍ୱ ଦେଇଛି ଦଳ । ଅଶ୍ୱିନୀ ବୈଷ୍ଣବ ମହାରାଷ୍ଟ୍ର ନିର୍ବାଚନରେ ସହପ୍ରଭାରୀ ଦାୟିତ୍ୱ ତୁଲାଇବାକୁ ଯାଉଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ହରିୟାଣା ପ୍ରଭାରୀ ଦାୟିତ୍ୱ ନିର୍ବାହ କରିବେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଓ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି । ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନରେ ଗୁରୁଦାୟିତ୍ୱ ବହନ କରିବାକୁ ଯାଉଛନ୍ତି ୨ ଓଡ଼ିଆ ମନ୍ତ୍ରୀ । କେନ୍ଦ୍ର କ୍ୟାବିନେଟରେ ଉଭୟକୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିଥିବା ବେଳେ ଏବେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ଦଳ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଉପରେ ଭରସା କରିଛି ।

ଏହାମଧ୍ୟ ପଢନ୍ତୁ..ପୁଣି ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ

ହରିୟାଣା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ସମ୍ୱଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଥିବା ବେଳେ ସହପ୍ରଭାରୀ ଦାୟିତ୍ୱରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ବିପ୍ଳବ କୁମାର ଦେବ । ସେହିପରି ମହାରାଷ୍ଟ୍ର ନିର୍ବାଚନ ପ୍ରଭାରୀ ଭାବେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ସହପ୍ରଭାରୀ ଭାବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିଯୁକ୍ତ କରାଯାଇଛି । ଅନ୍ୟପଟେ ଝାଡଖଣ୍ଡ ପ୍ରଭାରୀ ଭାବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଯୁକ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସହ-ପ୍ରଭାରୀ ଦାୟିତ୍ୱରେ ରହିଛନ୍ତି । ତେବେ ଜମ୍ମୁ-କାଶ୍ମୀର ନିର୍ବାଚନ ପ୍ରଭାରୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ କିଶାନ ରେଡ୍ଡୀ ।

ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ୨୪ ବର୍ଷର ବିଜେଡି ସରକାରକୁ ହରାଇ ସରକାର ଗଢିଛି । ରାଜ୍ୟରୁ ନିର୍ବାଚିତ ହୋଇ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ଦେଇଛି କେନ୍ଦ୍ର । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଶିକ୍ଷାମନ୍ତ୍ରୀ ପଦ ଦିଆଯାଇଥିବା ବେଳେ ଜୁଏଲ ଓରାମ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ବିଭାଗ ପାଇଛନ୍ତି । ଅନ୍ୟପଟେ ଅଶ୍ୱିନୀ ବୈଷ୍ଣବ ପୁଣି ରେଳମନ୍ତ୍ରୀ ହୋଇଛନ୍ତି ।

ଅନ୍ୟପଟେ ପଶ୍ଚିମ ବଙ୍ଗ ଓ ପଞ୍ଜାବରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପଞ୍ଜାବର ଜଳନ୍ଧର ପଶ୍ଚିମ ନିର୍ବାଚନ ମଣ୍ଡଳୀରେ ଶୀତଲ ଅଙ୍ଗୁରାଲଙ୍କୁ ବିଜେପି ବିଧାୟିକା ପ୍ରାର୍ଥିନୀ କରିଥିବା ବେଳେ ପଶ୍ଚିମବଙ୍ଗର ରାଇଗଞ୍ଜରେ ମାନସ କୁମାର ଘୋଷ, ରାଣାଘାଟ ଦକ୍ଷିଣରେ ମନୋଜ କୁମାର ବିଶ୍ୱାସ, ବଗଦାରେ ବିନୟ କୁମାର ବିଶ୍ୱାସ ଓ ମାନିକତାଲାରେ କଲ୍ୟାଣ ଚୁବେ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 17, 2024, 6:51 PM IST

ABOUT THE AUTHOR

...view details