ଓଡିଶା

odisha

ETV Bharat / bharat

କାଲି ନୀତିଶଙ୍କ ଫ୍ଲୋର ଟେଷ୍ଟ: ଦଳୀୟ ବିଧାୟକଙ୍କୁ ହ୍ୱିପ୍ ଜାରି କଲା ଜେଡିୟୁ - JDU party

Floor Test In Bihar: ଆସନ୍ତାକାଲି(ସୋମବାର) ବିହାରରେ ଆସ୍ଥାଭୋଟ । ଦଳୀୟ ବିଧାୟକଙ୍କୁ ହ୍ୱିପ୍ ଜାରି କଲା ଜେଡିୟୁ । ଅଧିକ ପଢନ୍ତୁ

ସୋମବାର ଆସ୍ଥାଭୋଟ: ଦଳୀୟ ବିଧାୟକଙ୍କୁ ହ୍ବିପ ଜାରି କଲା ଜେଡିୟୁ
ସୋମବାର ଆସ୍ଥାଭୋଟ: ଦଳୀୟ ବିଧାୟକଙ୍କୁ ହ୍ବିପ ଜାରି କଲା ଜେଡିୟୁ

By ETV Bharat Odisha Team

Published : Feb 11, 2024, 7:24 AM IST

ପାଟନା:ଆସନ୍ତାକାଲି(ସୋମବାର) ବିହାରରେ ନୀତିଶ କୁମାର ସରକାର ଆସ୍ଥାଭୋଟରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ଶନିବାର ଦଳୀୟ ବିଧାୟକଙ୍କୁ ହ୍ୱିପ୍ ଜାରି କରିଛି ନୀତିଶଙ୍କ ଦଳ ଜେଡିୟୁ । ଅସ୍ଥାଭୋଟ୍ ଦିନ ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଦଳୀୟ ବିଧାୟକଙ୍କ ବୈଠକ ହୋଇଥିଲା । ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଭୋଟିଂ ଦିନ ଗୃହରେ ଉପସ୍ଥିତ ହେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ମିଳିଛି । ତେବେ ସଂଖ୍ୟାରେ କୌଣସି ସମସ୍ୟା ନଥିଲେ ସୁଦ୍ଧା ଆରଜେଡି ନେତା ତେଜସ୍ୱୀ ଯାଦବ ଖେଳ ହେବା ବାକି ଅଛି ବୋଲି କହୁଛନ୍ତି ।

12ରେ ନୀତୀଶ କୁମାରଙ୍କ ଫ୍ଲୋର ଟେଷ୍ଟ:243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ‘ଏନଡିଏ’ର 128 ଜଣ ବିଧାୟକ ଅଛନ୍ତି । ସେଦୃଷ୍ଟିରୁ କୌଣସି ସମସ୍ୟା ନଜରକୁ ଆସୁନି । ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ, ଖେଳ ଏପର୍ଯ୍ୟନ୍ତ ଖେଳାଯାଇ ନାହିଁ । ଅନ୍ୟପଟେ 4 ବିଧାୟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ମଧ୍ୟ ନୀତିଶଙ୍କ ଉପରେ କ୍ରାମାଗତ ଚାପ ସୃଷ୍ଟି କରୁଛନ୍ତି । ପୁଅ ସନ୍ତୋଷ ସୁମନଙ୍କୁ ମନ୍ତ୍ରୀ ପଦ ମିଳିଥିଲେ ସୁଦ୍ଧା ସେ ଖୁସି ନଥିବା ଚର୍ଚ୍ଚା ହେଉଛି ।​

ଏହା ମଧ୍ୟ ପଢନ୍ତୁ : 12ରେ ଫ୍ଲୋରଟେଷ୍ଟ, 7ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନୀତିଶ

ଜାନୁଆରୀ 28ରେ ନୀତିଶ ମହାମେଣ୍ଟ ସରକାର ଭାଙ୍ଗି ନୂଆ ସରକାର ଗଠନ କରିବା ପରେ ବିହାରରେ 12ରେ ଫ୍ଲୋର ଟେଷ୍ଟ ହେବାକୁ ଯାଉଛି । କ୍ଷମତା ପରିବର୍ତ୍ତନ କରିଥିବା ନୀତିଶ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୀତିଶଙ୍କ ଜେଡିୟୁ-ବିଜେପି-ହମ ସମର୍ଥିତ ସରକାରରେ ସଂଖ୍ୟାର ସମସ୍ୟା ନଥିଲେ ସୁଦ୍ଧା କିଛି କଂଗ୍ରେସ ବିଧାୟକ ହାଇଦ୍ରାବାଦରେ ଡେରା ପକାଇଛନ୍ତି । କଂଗ୍ରେସ ଏନେଇ କୌଣସି ସୂଚନା ଦେଇନଥିବା ବେଳେ ସେମାନେ ଏହି ଫ୍ଲୋର ଟେଷ୍ଟ ପୂର୍ବରୁ ହାଇଦ୍ରାବାଦ ଗସ୍ତ କରିବା ଚର୍ଚ୍ଚା ବଢାଇଥିଲା । ଆଜି କଂଗ୍ରେସ ବିଧାୟକମାନେ ବିହାର ଫେରିପାରନ୍ତି । ତେବେ ସଂଖ୍ୟା ବହୁମତରେ ସଫଳ ହେବାକୁ ନୀତିଶଙ୍କୁ ବେଶୀ କସରତ କରିବାକୁ ନପଡିବାରେ । ସମାନ ଢଙ୍ଗରେ ବିଜେପି ମଧ୍ୟ ସମସ୍ତ ବିଧାୟକଙ୍କୁ ଆସ୍ଥାଭୋଟରେ ଅଂଶଗ୍ରହଣ କରିବାକୁ କହିଛି । ଭାରତୀୟ ଜନତା ପାର୍ଟି ଓ ହିନ୍ଦୁସ୍ଥାନ ଆଓ୍ୱାମ ମୋର୍ଚ୍ଚାର 4 ବିଧାୟକଙ୍କ ସହ ନୀତିଶ ସଂଖ୍ୟା ବହୁମତରେ ଆଗରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details