ବେଙ୍ଗାଲୁରୁ: କାର ଧୋଇବା ଓ ବଗିଚାରେ ପାଣି ଦେବା ପାଇଁ ଜଳର ବ୍ୟବହାର କରାଯାଇଥିବାରୁ 22ଟି ଘର ଉପରେ ଜରିମନା । ବର୍ତ୍ତମାନ ବେଙ୍ଗାଲୁରୁ ସହରରେ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ପାଣିର ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ପାନୀୟ ଜଳକୁ ଅନାବଶ୍ୟକ ଭାବରେ ନଷ୍ଟ ନକରିବାକୁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଛି । ହେଲେ ଜଳ ବୋର୍ଡର ଏହି ଆଦେଶକୁ ଉଲଙ୍ଘନ କରିଥିବା ଅଭିଯୋଗରେ 22 ଘରକୁ 5000 ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।
ତେବେ ବେଙ୍ଗାଲୁରରେ ଜଳ ସଂକଟ ଦେଖାଦେଇଥିବା ବେଳେ ଅନାବଶ୍ୟକୀୟ ଭାବରେ ପାଣି ବ୍ୟବହାର ନକରିବା ପାଇଁ ଜଳ ବୋର୍ଡ ନିର୍ଦ୍ଦେଶ ଦେଇଥିଲେ । ସହରର ଅନେକ ସ୍ଥାନରେ ପାନୀୟ ଜଳ ଅନାବଶ୍ୟକ ଭାବରେ ଯାନବାହନ ଧୋଇବା ଦ୍ୱାରା ନଷ୍ଟ ହେଉଛି । କାର ଏବଂ ବାଇକ୍ ଧୋଇଲେ ଜରିମାନା ଆଦାୟ କରାଯିବ ବୋଲି ଜଳ ବୋର୍ଡ ପୂର୍ବରୁ ଏକ ନୋଟିସ ଦେଇଥିଲେ । ପାନୀୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ କାବେରୀ ନଦୀର ଜଳ ଏବଂ ବୋରୱେଲ ଜଳ ବ୍ୟବହାର ନକରିବାକୁ ବୋର୍ଡର ନିର୍ଦ୍ଦେଶ ପରେ ମଧ୍ୟ ଆହାର ଉଲଙ୍ଘନ କରିବା ଦ୍ବାରା ବେଙ୍ଗାଲୁରର 22 ଟି ପରିବାର ଠାରୁ ଜରିମାନା ଆଦାୟ କରାଯାଇଛି । ନିୟମ ଉଲଘଂନ କରି ଗାଡ଼ି ଧୋିଇଥିବା ବ୍ୟକ୍ତିଙ୍କ ଉପରେ ଜଳବୋର୍ଡ 5000 ଟଙ୍କା ଜରିମାନା ଲଗାଇଛନ୍ତି ।