ଓଡିଶା

odisha

ସାଧାରଣ ନିର୍ବାଚନ ପରେ ପୁଣି BJPକୁ ଶକ୍ତ ଝଟ୍‌କା: ମଉଳିଲା ପଦ୍ମ, ପୋଛି ନେଲା ଇଣ୍ଡିଆ ମେଣ୍ଟ - Byelection Results 2024

By ETV Bharat Odisha Team

Published : Jul 13, 2024, 6:47 PM IST

Byelection Results 2024: 13ରୁ 10 ଆସନ ପୋଛିନେଲା ‘ଇଣ୍ଡିଆ’ ମେଣ୍ଟ । ଆଗରେ କଂଗ୍ରେସ ଓ ଟିଏମସି । ମାତ୍ର 2 ଆସନରେ ସୀମିତ ରହିଲା ବିଜେପି । ବିହାରର ଗୋଟିଏ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ । ଅଧିକ ପଢନ୍ତୁ

Bypoll results: ସଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ବିଜେପି ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ’ଇଣ୍ଡିଆ’ ମେଣ୍ଟ
Bypoll results: ସଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ବିଜେପି ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ’ଇଣ୍ଡିଆBypoll results: ସଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ବିଜେପି ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ’ଇଣ୍ଡିଆ’ ମେଣ୍ଟ’ ମେଣ୍ଟ (ETV Bharat Odisha)

ନୂଆଦିଲ୍ଲୀ:ସାଧାରଣ ନିର୍ବାଚନରେ ପରେ ଦେଶରେ ଅନୁଷ୍ଠିତ ପ୍ରଥମ ବିଧାନସଭା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଦେଲା ବିରୋଧୀ ‘ଇଣ୍ଡିଆ ମେଣ୍ଟ’ । 7 ରାଜ୍ୟର 13 ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ‘ଇଣ୍ଡିଆ’ ମେଣ୍ଟର ବିଭିନ୍ନ ଦଳର ପ୍ରାର୍ଥୀ 10 ଆସନରେ ବାଜିମାତ କରିଛନ୍ତି । ଅବଶିଷ୍ଟ ଆସନରୁ ମାତ୍ର 2ଟିରେ ବିଜେପି ପ୍ରାର୍ଥୀ ଜିତିଥିବା ବେଳେ ଓ ବିହାରର ଗୋଟିଏ ଆସନ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।

TMCର କ୍ଲିନସ୍ବିପ: 13 ଆସନରୁ ମଧ୍ୟରୁ ସର୍ବାଧିକ ପଶ୍ଚିମବଙ୍ଗର 4 ଆସନରେ ଶାସନରେ ଥିବା ମମତାଙ୍କ ତୃଣମୂଳ କଂଗ୍ରେସ ସମସ୍ତ ଆସନରେ କ୍ଲିନସ୍ବିପ କରିଛି । କଂଗ୍ରେସ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦୁଇଟି ଲେଖାଏଁ 4 ଆସନରେ ବିଜୟୀ ହୋଇଛି । ଇଣ୍ଡିଆ ମେଣ୍ଟର ଅନ୍ୟ ଦୁଇ ସହଯୋଗୀ ‘ଡିଏମକେ’ ଓ ‘ଆମ ଆଦମୀ ପାର୍ଟି’ ଯଥାକ୍ରମେ ତାମିଲନାଡୁ ଓ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ବାଜିମାତ କରିଛନ୍ତି ।

ବାଜି ମାରିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ: ହିମାଚଳ ପ୍ରଦେଶରେ 3ଟି ଆସନରୁ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ଡେହେରାରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ବିଜୟୀ ହୋଇଛନ୍ତି । ନାଲାଗଡରୁ କଂଗ୍ରେସ ପ୍ରାର୍ଥୀ ହରିଦ୍ବୀପ ସିଂ ବାଓ୍ବା ଓ ହମିରପୁର ଭାରତୀୟ ଜନତା ପାର୍ଟି ଆଶିଷ ଶର୍ମା ବିଜୟୀ ହୋଇଛନ୍ତି । ବିଜେପି ଖାତାକୁ ଯାଇଥିବା ଅନ୍ୟ ଗୋଟିଏ ଆସନ ହେଉଛି, ମଧ୍ୟ ପ୍ରଦେଶର ଅମରଓ୍ବାରା । ବିଜେପି ପ୍ରାର୍ଥୀ କମଳେଶ ପ୍ରତାପ ଶାହ ଏଠାରେ ବିଜୟ ଲାଭ କରିଛନ୍ତି ।

ସଧାରଣ ନିର୍ବାଚନ ପରେ ପୁଣି ବିଜେପିକୁ ଶକ୍ତ ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ‘ଇଣ୍ଡିଆ’ ମେଣ୍ଟ (ETV Bharat Odisha)

ବିହାରରେ ଜିତିଲେ ସ୍ବାଧୀନ ପ୍ରାର୍ଥୀ:ବିହାର ରୁପୌଲୀ ଆସନରେ ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂ ବିଜୟୀ ହୋଇଛନ୍ତି । ହିମାଚଳ ପ୍ରଦେଶର 3 ଆସନରେ ବିଜେପି ଗୋଟିଏ ଓ ଅନ୍ୟ ଦୁଇଟି ଆସନ କଂଗ୍ରେସ ଖାତାକୁ ଯାଇଛି । ମଧ୍ୟ ପ୍ରଦେଶର ଗୋଟିଏ ଆସନ ଅମରଓ୍ବାରାରୁ ବିଜେପିର କମଳେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି ।

ବଦ୍ରୀନାଥରେ ଉଠିଲା ହାତ: ସେହିପରି ପଞ୍ଜାବ ଜଳନ୍ଧର ପଶ୍ଚିମ ଆସନରୁ ଆମ ଆଦମୀ ପାର୍ଟି ମହେନ୍ଦର ଭାଗବତ, ତାମିଲନାଡୁର ବିକ୍ରାବନ୍ଦୀ ଆସନରୁ ‘ଡିଏମକେ’ ପ୍ରାର୍ଥୀ ଅନ୍ନିୟୁର ସିବା, ଉତ୍ତରାଖଣ୍ଡର ବଦ୍ରୀନାଥରୁ କଂଗ୍ରେସର ଲକ୍ଷପତ ସିଂ ବୌଟୁଲା ଓ ମଙ୍ଗଲୌର ଆସନରୁ କାଜି ମହମ୍ମଦ ନିଜ୍ଜାମୁଦ୍ଦିନ ବିଜୟୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ୭ ରାଜ୍ୟର ଉପନିର୍ବାଚନ ଫଳାଫଳ; ହିମାଚଳରେ ଜିତିଲା କଂଗ୍ରେସ, ଜଳନ୍ଧରରେ ଆପ୍ ବିଜୟୀ - Assembly By Election Results 2024

ବିହାର 1

  1. ରୁପୌଲୀ ଶଙ୍କର ସିଂ (ସ୍ବାଧୀନ)

ହିମାଚଳ ପ୍ରଦେଶ-3

  1. ଡେହେରାରୁ କମଲେଶ ଠାକୁର (କଂଗ୍ରେସ)
  2. ନାଲାଗଡ- ହରିଦ୍ବୀପ ସିଂ ବାଓ୍ବା (କଂଗ୍ରେସ)
  3. ହମିରପୁର- ଆଶିଷ ଶର୍ମା (ବିଜେପି)

ମଧ୍ୟ ପ୍ରଦେଶ- 1

  1. ଅମରଓ୍ବାରା- କମଳେଶ ପ୍ରତାପ ଶାହ (ବିଜେପି)

ପଞ୍ଜାବ- 1

  1. ଜଳନ୍ଧର ପଶ୍ଚିମ-ମହେନ୍ଦର ଭାଗବତ (ଆମ ଆଦମୀ ପାର୍ଟି)

ତାମିଲନାଡୁ 1

  1. ବିକ୍ରାବନ୍ଦୀ- ଅନ୍ନିୟୁର ସିବା (ଡିଏମକେ)

ଉତ୍ତରାଖଣ୍ଡ- 2

ବଦ୍ରୀନାଥ -ଲକ୍ଷପତ ସିଂ ବୌଟୁଲା (କଂଗ୍ରେସ)

ମଙ୍ଗଲୌର- କାଜି ମହମ୍ମଦ ନିଜ୍ଜାମୁଦ୍ଦିନ (କଂଗ୍ରେସ)

ପଶ୍ଚିମବଙ୍ଗ - 4

  1. ରାଣୀଗଞ୍ଜ- କ୍ରୀଷ୍ଣା କଲ୍ୟାଣୀ (ଟିଏମସି)
  2. ରାଣାଘାଟ-ଦକ୍ଷିଣ ମୁକୁଟମଣି ଅଧିକାରୀ, (ଟିଏମସି)
  3. ବାଗଡା- ମଧୁପର୍ଣ୍ଣା ଠାକୁର (ଟିଏମସି)
  4. ମଣିକତାଲା -ସୁପ୍ତି ପାଣ୍ଡେ (ଟିଏମସି)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details