ଓଡିଶା

odisha

ETV Bharat / bharat

EDକୁ କେଜ୍ରିୱାଲଙ୍କ ଜବାବ, ' ଆଜି ନୁହେଁ, ମାର୍ଚ୍ଚ ୧୨ ପରେ ଭର୍ଚ୍ଚୁଆଲରେ ହେବି ହାଜର' - ଦିଲ୍ଲୀ ଅବକାରୀ ଘୋଟାଲା

Arvind Kejriwal on ED Summon: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଜାରି ହୋଇଥିବା ସମନରେ ଆଜି ବି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଇଡିକୁ ମାଗିଲେ ନୂଆ ତାରିଖ । ମାର୍ଚ୍ଚ ୧୨ ପରେ ଭିସିରେ ହାଜର ହେବାକୁ ହେଲେ ରାଜି । ଅଧିକ ପଢନ୍ତୁ

Arvind Kejriwal
Arvind Kejriwal

By ETV Bharat Odisha Team

Published : Mar 4, 2024, 9:59 AM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଅଷ୍ଟମ ସମନ ସତ୍ତ୍ବେ ମଧ୍ୟ ଆଜି ହାଜର ହେବେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ଇଡିରେ ହାଜର ହେବା ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ଜାରି ହୋଇଥିଲା । କିନ୍ତୁ ଇଡିର ଉତ୍ତର ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମଧ୍ୟରେ ସରିବ ଲୁଚକାଳି ଖେଳ ।

ଆମ ଆଦମୀ ପାର୍ଟି ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ, "ଆପ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପକ୍ଷରୁ ଇଡିକୁ ଏକ ଉତ୍ତର ପଠାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଏହି ସମନ ବେଆଇନ ଅଟେ । ଏହା ପରେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉତ୍ତର ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆସନ୍ତା 12 ତାରିଖ ପରେ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି । ଏହି ତାରିଖ ପରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଯୋଗ ଦେବେ ।"

ଏହା ମଧ୍ୟ ପଢନ୍ତୁ: ଧରା ଦେଉନାହାନ୍ତି କେଜ୍ରିଓ୍ବାଲ, 8ମ ସମନ ଜାରି କଲା ED

ପ୍ରକାଶଥାଉକି, ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ଗତ ଫେବୃଆରୀ 27 ତାରିଖରେ ଅଷ୍ଟମ ସମନ ଜାରି କରିଥିଲା । ମାର୍ଚ୍ଚ 4 ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରିଥିଲା । ତେବେ ସପ୍ତମ ସମନରେ ହାଜର ନହେବାର ଗୋଟିଏ ଦିନ ପରେ ଇଡି ଅଷ୍ଟମ ସମନ ଜାରି କରିଥିଲା । ଏହା ପୂର୍ବରୁ ଫେବୃଆରୀ 29 ତାରିଖରେ ଷଷ୍ଠ ସମନରେ ମଧ୍ୟ ହାଜର ହୋଇନଥିଲେ । ସେହିଭଳି 5ମ ସମନ ପାଇଁ ଜାନୁଆରୀ 31 ତାରିଖରେ କେଜ୍ରିୱାଲଙ୍କୁ ଇଡି ଡକାଇଥିଲା ଏବଂ ତାଙ୍କୁ ଫେବୃଆରୀ 2 ରେ ହାଜର ହେବାକୁ କୁହାଯାଇଥିଲା ।

ଇଡି ଅଭିଯୋଗରେ ଦର୍ଶାଇଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜାଣିଶୁଣି ସମନକୁ ଅଣଦେଖା କରୁଛନ୍ତି । ଅଯୁକ୍ତିକର ବାହାନା ବନାଉଛନ୍ତି । ଯଦି ତାଙ୍କ ପରି ଉଚ୍ଚ ପଦବୀରେ ରହିଥିବା ଜଣେ ସରକାରୀ କର୍ମଚାରୀ ଆଇନକୁ ଅବମାନନା କରନ୍ତି ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଭୁଲ ଉଦାହରଣ ହେବ ।

ଏନେଇ ଆପ୍ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ । କାରଣ ବର୍ତ୍ତମାନ ମାମଲା କୋର୍ଟରେ ରହିଛି । ଆସନ୍ତା 16 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ପ୍ରତିଦିନ ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ । ଆମ ଉପରେ ଯେତେ ଚାପ ପଡୁ ନା କାହିଁକି ଆମେ ଦଳର ହାତ ଛାଡିବୁ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details