ଓଡିଶା

odisha

ETV Bharat / bharat

ଆଜି ଲାଭବାନ ହେବେ ଏହି ସବୁ ରାଶି, ଏମାନଙ୍କ ବଢିବ ଖର୍ଚ୍ଚ - AJIRA RASIFALA

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

ajira rasifala
ajira rasifala (ETV Bharat Odisha)

By ETV Bharat Odisha Team

Published : Oct 22, 2024, 12:00 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ସହଜ ଦିନ ରହିବ । ଆପଣ ନିଜର ଜିନିଷ ପତ୍ର ସଜାଡିବେ । ଆପଣ ହଠାତ୍‍ ଅନ୍ତରରେ ଏକ ଆଲୋକପାତ ଅନୁଭବ କରିବେ । ଯାହା ଭବିଷ୍ୟତରେ ଫଳପ୍ରଦ ହେବାର ପ୍ରମାଣିତ ହୋଇପାରେ । ଆପଣ ନିଜକୁ ପରିପ୍ରକାଶ କରିବାକୁ ଅଧିକ ସ୍ୱାଧୀନ ହୋଇଯିବେ । ଆଜିର ବିଚାର ମୂଲ୍ୟବାନ ହୋଇପାରେ ଯାହା ହଠାତ ଆପଣଙ୍କ ବିଚାର ବଦଳାଇପାରେ, ସେଥିପାଇଁ ଆପଣଙ୍କର ନିର୍ଣ୍ଣୟ ନେବାରେ ବିଳମ୍ୱ ହୋଇପାରେ । ସେହି ସମୟରେ ଆପଣ କୌଣସି ଲୋକଙ୍କ ସହ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ । ଖୁସୀ ରହନ୍ତୁ, ମଜା କରନ୍ତୁ ।

AJIRA RASIFALA (ARIES)

ବୃଷ: ଆପଣ ଆଜି ସ୍ଥିର, ଶାନ୍ତ ରହନ୍ତୁ । ଆପଣଙ୍କର ଆନ୍ଦୋଳିତ ମନ ଆଜି ଅପ୍ରତିଭା ସୃଷ୍ଟି କରିବ । ଯାହାର ଫଳାଫଳ ସ୍ୱରୁପ ସମୟ ନଷ୍ଟ ହେବ । ମନ ଓ କାର୍ଯ୍ୟରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ । "ପରସ୍ପର ମଧ୍ୟରେ ବୁଝାମଣା ଓ ବ୍ୟବସ୍ଥିତ" ଏହି ମନ୍ତ୍ରର ପ୍ରୟୋଗରେ ଆପଣଙ୍କ ଦିନ ସହଜ ହେବ । ଏହା ବିଶେଷତଃ ଲେଖକ ଓ କଳାକାର ମାନଙ୍କ ପାଇଁ ଅଟେ । ଏହି ଦିନଟି ଆପଣଙ୍କ ପାଇଁ ସମସ୍ତ ସୃଜନାତ୍ମକ ପ୍ରବର୍ତ୍ତନ ପାଇଁ ପ୍ରଚୁର ଅବସର ଆଣିବ । ଆପଣ ଆପଣଙ୍କର ଭ୍ରମଣ ସ୍ଥଗିତ କରନ୍ତୁ । ଆଜି କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।

AJIRA RASIFALA (TAURUS)

ମିଥୁନ:ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳ ମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ପରିବାର, ବନ୍ଧୁବର୍ଗ ଏବଂ ଆପଣଙ୍କର ଆନନ୍ଦପୂର୍ଣ୍ଣ ମନୋବୃତ୍ତି ଏକତ୍ର ମିଶି ଅଧିକ ଉଲ୍ଲାସମୟ କରିପାରିବେ । ଏକ ଅଧିକ ଉଲ୍ଲେଖନୀୟ ଏବଂ ଆଶ୍ଚର୍ଯ୍ୟଜନକ ଉପହାର ପ୍ରାପ୍ତ କରିବେ ଏବଂ ଶାନ୍ତିପୂର୍ଣ୍ଣଭାବେ ଦିନଟି ଶେଷ କରିବେ ।

AJIRA RASIFALA (GEMINI)

କର୍କଟ:ଆଜିର ଦିନଟି ଶୁଭଙ୍କର ନୁହେଁ । ଯଦି ଆପଣ ଜଣେ ଷ୍ଟକ୍‍ ବ୍ରୋକର୍‍ ତେବେ ଆପଣ ଅନୁଭବ କରିବେ ଯେ ଆପଣଙ୍କ ପାଇଁ ଦିନଟି ଭଲ ଯାଉ ନାହିଁ । ଆଜି ଆପଣ ଷ୍ଟକ୍‍ ବ୍ରୋକର୍‍ କାହିଁକି ହେଲେ ସେଥିପାଇଁ ପଶ୍ଚାତାପ କରିବେ । ଉତ୍ପାଦନକାରୀ ନୂଆ ଉତ୍ପାଦ ବଜାରକୁ ଛାଡିବାରେ ବିଳମ୍ଵ କରିବା ଆବଶ୍ୟକ । ଅବଶ୍ୟ ଅପେକ୍ଷା ଶେଷରେ, ଯେତେବେଳେ ଆପଣ ଉତ୍ପାଦ ବଜାରକୁ ଛାଡିବେ ତାହାର ଉଚ୍ଚ ଦାବି ରହିବ ।

AJIRA RASIFALA (CANCER)

ସିଂହ: ସିଂହ ରାଶି ମାନଙ୍କ ପାଇଁ କଠିନ ଲାଭଦାୟକ ଦିନ ଭାଗ୍ୟରେ ରହିଛି । ଆପଣଙ୍କ ମିତ୍ରମାନେ ଏବଂ ବିଶେଷତଃ ମହିଳା ଘନିଷ୍ଠ ମିତ୍ର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଖୁସୀ ହେବେ । ଦିନ କିମ୍ୱା ସପ୍ତାହ ପରେ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ଏକ ସୁନ୍ଦର ସ୍ଥାନକୁ ଭ୍ରମଣ କୁ ଯିବା ପାଇଁ ଏକ ଭଲ ନିର୍ଣ୍ଣୟ ହୋଇପାରେ । ଧନ ବଳରେ ଆନନ୍ଦ ଉପଭୋଗ କରନ୍ତୁ । ସେ ଯାହାହେଉ ,ମନେରଖନ୍ତୁ ସମୟ କାହାକୁ ଅପେକ୍ଷା କରେନାହିଁ । ତେଣୁ ଏହି ମୂଲ୍ୟବାନ ସମୟ ନଷ୍ଟ କରନ୍ତୁ ନାହିଁ । ଆପଣଙ୍କର ବ୍ୟବସାୟ ପାଇଁ ଆର୍ଥିକ ଲାଭ କାର୍ଡରେ ଅଛି । ଅଧିକ କଣ ଆଉ ପଚାରିବ । ସୁର୍ଯ୍ୟୋଦୟର ପୂର୍ବ ହେଉଛି ପ୍ରଭାବର କାଳ ।

AJIRA RASIFALA (LEO)

କନ୍ୟା: ଆପଣଙ୍କ ପାଇଁ ଆଜିର ଦିନ ହେଉଛି ଏକ ବଢିଆ ଦିନ । ଏହା ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ହୋଇପାରେ । ଭାଗ୍ୟବାନ କନ୍ୟା ରାଶିମାନେ ଆପଣମାନଙ୍କ ପାଇଁ ଚର୍ତୁଦିଗରୁ ସଫଳତାର ବର୍ଷା ହେବ । ଯାହା ଆପଣ ଚାହୁଁଛନ୍ତି ତାହା ପାଇପାରିବେ । ନୂତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବୃତ୍ତିଗତ ସଫଳତା, ଆୟ ବୃଦ୍ଧି ଏବଂ ପଦୋନ୍ନତି ଭାବେ ଆପଣଙ୍କ ପାଖକୁ ଆସିପାରେ । ସମସ୍ତ ଜିନିଷ ପାଇଁ ଉତ୍କୃଷ୍ଟ ହେଉଛି ସର୍ବେସର୍ବା । ବ୍ୟକ୍ତିଗତ ଭାବେ ଆପଣ ନିଜ ବାପାଙ୍କଠାରୁ ଲାଭବାନ ହେବେ । ଘରେ ଖୁସି ଏବଂ ଶାନ୍ତି ପୂର୍ବକ ଆପଣଙ୍କ ଦିନ ସମାପ୍ତ ହେବ ।

AJIRA RASIFALA (VIRGO)

ତୁଳା:ସମୁଦାୟ ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ କରିପାରନ୍ତି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସି ଦେଇପାରେ ଏବଂ ଭଲ ଭାବରେ ଦିନ କଟାନ୍ତୁ ।

AJIRA RASIFALA (LIBRA)

ବିଛା:ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ରହିଛନ୍ତି । ପ୍ରତ୍ୟେକ କୋଣରୁ ଖୁସି ପ୍ରଦାନ କରିବ । ମନୋରଞନ ହୋଇପାରେ ,ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ, ଯାହା ଆପଣ ଯୋଜନା କରିଛନ୍ତି । କାରବାର ଆପଣଙ୍କୁ ଖୁସି ପ୍ରଦାନ କରିବ । ବ୍ୟବସାୟରେ ଭାଗୀଦାରୀ ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । କେବଳ ସେତିକି ଯଥେଷ୍ଟ ନୁହେଁ,ଯେତେବେଳେ ବନ୍ଧୁ ମାନଙ୍କୁ ମିଳିବେ ଶକ୍ତି ଏବଂ ଉତ୍ସାହ ତାଙ୍କଠାରୁ ପାଇବେ । ଆପଣ ସର୍ବୋତ୍ତମ ସୃଜନକାରିତାକୁ ପହଞ୍ଚି ପାରନ୍ତି । ଏହି ଅମୂଲ୍ୟ ସମୟକୁ ଉପଭୋଗ କରନ୍ତୁ ଏବଂ ସମସ୍ତ ସମୃଦ୍ଧିକୁ ସାଇତି ରଖନ୍ତୁ ।

AJIRA RASIFALA (SCORPIO)

ଧନୁ: କାର୍ଯ୍ୟ ହସ୍ତାନ୍ତର କିମ୍ୱା ନୂଆ ଯୋଜନା ପାଇଁ ଏହି ଦିନଟି ଠିକ ନୁହେଁ । ଆପଣଙ୍କ କଥା କହିବାର ଶୈଳୀ ଏବଂ ବ୍ୟବହାର ପାଇଁ ସାବଧାନ ରହନ୍ତୁ । ବହୁତ ଅଧିକ ସଂବେଦନଶୀଳତା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ଆପଣ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଖର୍ଚ୍ଚ ବହୁତ ଅଧିକ ହୋଇପାରେ । ଅବୈଧ ସମ୍ୱଦ୍ଧରେ କିମ୍ୱା ବେଆଇନ କାର୍ଯ୍ୟ୍ୟରେ ଲିପ୍ତ ହୁଅନ୍ତୁ ନାହିଁ । ପ୍ରାର୍ଥନା ଏବଂ ଯୋଗ ସାହାଯ୍ୟ କରିବ ।

AJIRA RASIFALA (SAGITTARIUS)

ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ, କର୍ମଚାରୀ, ଗୃହିଣୀ ଏବଂ ବିଦ୍ୟାର୍ଥିଙ୍କ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସେମାନେ ଦିନଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିପାରିବେ । ପାରିବାରିକ ଜୀବନରେ, ବୃତ୍ତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତୃମାନେ ପରାଜୟ ବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ । ମଉଜ ମଜଲିସ କରନ୍ତୁ । ଜଣେ ଭିନ୍ନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ଏବଂ ଏହି ସମ୍ପର୍କ ଦୀର୍ଘସ୍ଥାୟୀ ହେବାର ସମ୍ଭାବନା ରହିଛି ।

AJIRA RASIFALA (CAPRICORN)

କୁମ୍ଭ:ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦିନତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦିୟ ମନୋବୃତିକୁ ପ୍ରତ୍ୟାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍‍ । ଆପଣଙ୍କୁ କିଏ ଉତ୍ତେଜିତ କରୁଛି ବୋଲି ଆପଣ ଧନ୍ଦି ହୋଇପାରନ୍ତି । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନଶୀଳତାକୁ ଉତ୍ସାହିତ କରିପାରେ । ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀ ମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।

AJIRA RASIFALA (AQUARIUS)

ମୀନ: ଆଜି ଦିନଟିରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣ ଯୋଗୁଁ ଆପଣଙ୍କ ନୈତିକ ଚରିତ୍ରର ଅବସ୍ଥା ଦିନସାରା କ୍ଷୀଣ ରହିବ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ, ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷାକରନ୍ତୁ । କର୍ମଚାରୀ ମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆଜି ଆପଣ ନିଜର ସମ୍ପତ୍ତି କିମ୍ୱା ଯାନବାହାନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

AJIRA RASIFALA (PISCES)

ABOUT THE AUTHOR

...view details