ମେଷ:ଆଜିର ଦିନ ଆପଣଙ୍କ ପାଇଁ ମିଶାମିଶି ରହିବ । ଆପଣଙ୍କ ଭାଷା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆହେଉଛି ଏବଂ ନିଶ୍ଚିତ କରନ୍ତୁ ଯେ ଆପଣ କୌଣସି ବିବାଦୀୟ ବିଷୟ ଏବଂ ଅନାବଶ୍ୟକ କଳହରେ ନିଜକୁ ସଂପୃକ୍ତ କରିବେ ନାହିଁ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ, ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କିପରି ସେଗୁଡିକର ସାମ୍ନା କରିବେ ।
ବୃଷ:ଆପଣଙ୍କୁ ସୁହାଇଲା ପରି ଦିନଟି ଅଟେ । ସୁସ୍ଥ ରହିବେ । ଶରୀର ଆପଣଙ୍କ ସହ ଠିକ ବ୍ୟବହାର କରିବ । ମନ ଭଲ ରହିବ । ପରିବାର ଓ ସାଙ୍ଗ ମାନଙ୍କ ପାଇଁ ସମୟ ବାହାରିବ । ସାମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁ-ସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଅଚାନକ ଧନ ପ୍ରାପ୍ତି ହେବ । ନିଜର କାର୍ଯ୍ୟ ଦକ୍ଷତା ବଳରେ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଛଳ ରହିବ । ଆଜି ଆପଣ ଯାହା ଇଛା କରିବେ ତାହା ଅକ୍ଲେଶରେ ପାଇପାରିବେ ।
ମିଥୁନ: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆପଣ କିଛିକାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଆଜି ଦିନଟିରେ ଆପଣଙ୍କର ନାମ ଓ ସମ୍ମାନ ବୃଦ୍ଧି କରିବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ । ମାତ୍ର କୌଣସି ଅନିର୍ବାଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ଆପଣଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଅତୁଟ ରହିବ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କଠାରୁ ସାହାଯ୍ୟ ପାଇ ନିଜର କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିପାରିବେ । ନିଜର ବାକ୍ୟାଳାପରେ ସତର୍କିତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଉଛି ।
କର୍କଟ:ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଆପଣ କଣ କହୁଚ୍ଛନ୍ତି ଓ କିପରି କରୁଚ୍ଛନ୍ତି , ସେଥିପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରହୁନ୍ତୁ ନାହିଁ , ଯାହା ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେବ ।
ସିଂହ: ଆଜିଦିନ ଆପଣଙ୍କ ସପକ୍ଷରେ ନାହିଁ । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ; ଯେତେଦୁର ସମ୍ଭବ, କେବଳ ସତର୍କ ହୁଅନ୍ତୁ । ନକ୍ଷତ୍ରଗଣ ଆପଣଙ୍କ ପାଇଁ ଶୁଭ ଜଣା ପଡୁ ନାହାନ୍ତି, ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ଚାକିରିର ସୁରକ୍ଷା ବିଷୟରେ ମଧ୍ୟ ଆପଣ ଅନୁଭବ କରିପାରନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ; ଆପଣ ନିଦ୍ରାହୀନତାରେ ମଧ୍ୟ ପୀଡ଼ିତ ହୋଇପାରନ୍ତି ।
କନ୍ୟା:ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ଜଣା ପଡୁଛି । ତଥାପି, ନିଶ୍ଚିତ କରନ୍ତୁ ଯେ ନଭାବି ନଚିନ୍ତି ଆପଣ କୌଣସି ସିଦ୍ଧାନ୍ତ ନେବେ ନାହିଁ କିମ୍ୱା ପସନ୍ଦ କରିବେ ନାହିଁ । ଅନ୍ୟ ସମସ୍ତ ଅତ୍ୟନ୍ତ ଶୁଭ ଜଣାପଡୁଛି । ଘର ପରିବେଶ ଖୁସିମୟ, ଏହାର ଆନନ୍ଦ ଉପଭୋଗ କରନ୍ତୁ ଏବଂ ପ୍ରିୟଜନ, ବନ୍ଧୁ ଏବଂ ଭାଇଭଉଣୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ବିତାନ୍ତୁ ।