ଓଡିଶା

odisha

ETV Bharat / bharat

ସୁଷମାଙ୍କ ପରେ ଜୟଶଙ୍କର, 9 ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ - Jaishankar To Visit Pakistan

ଦୀର୍ଘ 9 ବର୍ଷ ପରେ ପାକିସ୍ତାନ ଯିବେ ଭାରତର ବଡ ନେତା । 2015ରେ ଯାଇଥିଲେ ସୁଷମା ସ୍ବରାଜ ଆଉ ଏବେ ଗସ୍ତ କରିବେ ଜୟଶଙ୍କର ।

By ETV Bharat Odisha Team

Published : 4 hours ago

S Jaishankar
S Jaishankar (ETV Bharat)

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ କାହାରିକୁ ଅଛପା ନାହିଁ । ଏହାରି ଭିତରେ ଦୀର୍ଘ 9 ବର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ କରିବାକୁ ଯାଉଛନ୍ତି । ପାକିସ୍ତାନରେ ହେବାକୁ ଯାଉଥିବା SCO(ସଂଘାଇ ସହଯୋଗ ସଙ୍ଗଠନ) ବୈଠକରେ ସାମିଲ ହେବାକୁ ପାକିସ୍ତାନ ଗସ୍ତ କରିବେ ଜୟଶଙ୍କର । ଏହା ପୂର୍ବରୁ 2025ରେ ତତତ୍କାଳୀନ ବୈଦେଶିକ ମନ୍ତ୍ରୀ ସ୍ବଷମା ସ୍ବରାଜ ପାକିସ୍ତାନ ଗସ୍ତରେ ଯାଇଥିଲେ । ଏହା ପରେ ପ୍ରଥମ ଥର ବୈଦେଶିକ ମନ୍ତ୍ରୀ ଭାବେ ଗସ୍ତ କରିବାକୁ ଯାଉଛନ୍ତି ଜୟଶଙ୍କର । ପୂର୍ବରୁ ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଦେଇଥିଲା ପାକିସ୍ତାନ ।

କେବେ ହେବ ସଂଘାଇ ସହଯୋଗ ସଙ୍ଗଠନ ବୈଠକ ?

ପାକିସ୍ତାନର ରାଜଧାନୀ ଇସଲାମବାଦରେ ଆସନ୍ତା 15 ଓ 16 ଅକ୍ଟୋବରରେ ହେବାକୁ ଯାଉଛି ସଂଘାଇ ସହଯୋଗ ସଙ୍ଗଠନ ବୈଠକ । ଏହି ଶିଖର ସମ୍ମିଳନୀରେ ସାମିଲ ହେବାକୁ ପାକିସ୍ତାନ ଗସ୍ତ କରିବେ ଜୟଶଙ୍କର । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ଚୀନ ଓ ଋଷ ଭଳି ଦେଶ ମଧ୍ୟ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ନିମନ୍ତ୍ରଣ କରିଥିଲା ପାକ୍‌:

ଗତ ଅଗଷ୍ଟ ମାସରେ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂଘାଇ ସହଯୋଗ ସଙ୍ଗଠନର ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲା । ପାକିସ୍ତାନ ମୁଖପାତ୍ର ମୁମତାଜ ଜହରା ବଲୁଚ କହିଥିଲେ କି, ଆମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛୁ । ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନୁହେଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ ହେବାକୁ ଯାଉଛନ୍ତି ।

ସଂଘାଇ ସହଯୋଗ ସଙ୍ଗଠନର ମହତ୍ତ୍ବ କଣ ?

ସଂଘାଇ ସହଯୋଗ ସଙ୍ଗଠନ ବୈଠକ ପୂର୍ବରୁ ମନ୍ତ୍ରୀସ୍ତରୀୟ ଆଲୋଚନା ଓ ବରିଷ୍ଠ ଅଧିକାରୀଙ୍କ ମାରଥନ ବୈଠକ ହେବ । ଏଥରେ ପ୍ରତିନିଧି ମାନେ ଦେଶ ମଧ୍ୟରେ ଅର୍ଥ, ସାମାଜିକ-ସଂସ୍କୃତି, ମାନବୀୟ ସହଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । SCOରେ ଭାରତ, ଚୀନ, ଋଷ, କାଜିକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଭଳି ପ୍ରଭାବଶାଳୀ ଦେଶ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

‘ ପାକିସ୍ତାନ ଆଜି କର୍ମଫଳ ଭୋଗୁଛି, ଆତଙ୍କବାଦକୁ ମୁହଁତୋଡ ଜବାବ ମିଳିବ’: ଜାତିସଂଘ ମଞ୍ଚରୁ ଜୟଶଙ୍କରଙ୍କ ଚେତାବନୀ

Kargil war: 25 ବର୍ଷ ପରେ ସତ ମାନିଲା ପାକିସ୍ତାନ, ଯୁଦ୍ଧରେ ଅନେକ ସୈନିକ ମୃତ୍ୟୁ ହୋଇଥିବା ସ୍ବୀକାର କଲେ ସେନାମୁଖ୍ୟ

SCO Summit: ଭାରତକୁ ପାକିସ୍ତାନର ନିମନ୍ତ୍ରଣ, ଶତୃ ଦେଶକୁ ଗସ୍ତ କରିବେ କି ପ୍ରଧାନମନ୍ତ୍ରୀ ?

ABOUT THE AUTHOR

...view details