ଓଡିଶା

odisha

ETV Bharat / bharat

ଘରେ ଲାଗିଲା ନିଆଁ, ପରିବାରର ୫ ମୃତ - ଘରେ ଲାଗିଲା ନିଆଁ

Bareilly 5 people burnt alive:ଉତ୍ତରପ୍ରଦେଶର ବରେଲିରେ ନିଆଁରେ ପୋଡିହୋଇ ପରିବାରର ୫ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ ଓ ୩ ଜଣ ଶିଶୁ ରହିଛନ୍ତି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

Bareilly 5 people burnt alive
Bareilly 5 people burnt alive

By ETV Bharat Odisha Team

Published : Jan 28, 2024, 1:55 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶର ବରେଲିରେ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ଗତକାଲି(ଶନିବାର)ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନେ ସମ୍ପର୍କରେ ବାପାମାଆ ଓ ତାଙ୍କର ୩ ଛୁଆ ବୋଲି ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବରେଲିର ଫରିଦପୁର ଥାନା ଅନ୍ତର୍ଗତ ଫରୁଖପୁରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ସମସ୍ତେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗି ଯାଇଥିଲା । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣଙ୍କ ଜୀଅଁନ୍ତା ଜଳି ଯାଇଛନ୍ତି । ନିଆଁର କୋପ ଏତେ ଥିଲା ଯେ ଘର ମଧ୍ୟରେ ଥିବା ଆସବାବପତ୍ର ନିଆଁରେ ନଷ୍ଟ ହୋଇଯାଇଛି ।

ଜଳିଗଲେ ବାପାମାଆ ଓ ଛୁଆ: ଏହି ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ୩୫ ବର୍ଷୀୟ ଅଜୟ ଗୁପ୍ତା ଓ ତାଙ୍କ ପତ୍ନୀ ଅନୀତା ଗୁପ୍ତା(୩୪) ଓ ସେମାନଙ୍କର ୩ ଶିଶୁ । ଶନିବାର ରାତିରେ ପୁରା ପରିବାର ରାତ୍ର ଭୋଜନ ସାରି ଶୋଇ ପଡିଥିଲେ । ରବିବାର ସକାଳୁ ସ୍ଥାନୀୟ ବାସିନ୍ଦା ଘରୁ ନିଆଁ ବାହାରୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ପାଇଥିଲା । ଏନେଇ ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ଜାଳି ଶୋଇଥିଲେ, ଜଳିଗଲେ ଅବସରପ୍ରାପ୍ତ ଯବାନ

ଏନେଇ ପୋଲିସ ଅଧିକ୍ଷକ ମୁକେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ,"ଗୋଟିଏ ପରିବାର ୫ଜଣ ଜୀଅନ୍ତା ଜଳି ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଯାହା ଫଳରେ ସେମାନଙ୍କର ନିଆଁରେ ଜଳି ମୃତ୍ୟୁ ହୋଇଛି ।"

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details