ଓଡିଶା

odisha

ETV Bharat / bharat

ଚର୍ଚ୍ଚାରେ ରାଧାରାଣୀ ହୋଇଥିବା ଓଡ଼ିଆ IPS , ଅନଲାଇନ ଟ୍ରେଡିଂ ବେଳେ ୩୮୧ କୋଟି ଠକି ନେଲା ବିଦେଶୀ କମ୍ପାନୀ - FORMER IG DK PANDA

ପୋଲିସ ଚାକିରି ଛାଡି ହୋଇଥିଲେ ରାଧାରଣୀ । ଏବେ ପୁଣି ଚର୍ଚ୍ଚାରେ ପୂର୍ବତନ ଓଡିଆ ଆଇପିଏସ ଦେବେନ୍ଦ୍ର କିଶୋର ପଣ୍ଡା । କହିଲେ, ଜିତିଥିଲେ ୩୮୧ କୋଟି, ଠକି ନେଲା ବିଦେଶୀ କମ୍ପାନୀ ।

ପୁଣି ଚର୍ଚ୍ଚାରେ IPSରୁ ରାଧାରାଣୀ ହୋଇଥିବା ଡିପି ପଣ୍ଡା, ବିଦେଶୀ କମ୍ପାନୀରେ କୁରଥିଲେ ଟ୍ରେଡିଂ, ଠକେଇ ପରେ ଥାନାର ଦ୍ବାରସ୍ଥ
ପୁଣି ଚର୍ଚ୍ଚାରେ IPSରୁ ରାଧାରାଣୀ ହୋଇଥିବା ଡିପି ପଣ୍ଡା, ବିଦେଶୀ କମ୍ପାନୀରେ କୁରଥିଲେ ଟ୍ରେଡିଂ, ଠକେଇ ପରେ ଥାନାର ଦ୍ବାରସ୍ଥ (ETV Bharat Odisha)

By ETV Bharat Odisha Team

Published : Oct 30, 2024, 5:24 PM IST

Updated : Oct 30, 2024, 6:02 PM IST

ଲକ୍ଷ୍ନୌ: ପୋଲିସ ଚାକିରି ଛାଡି ରାଧାରାଣୀ ବେଶ ଧାରଣ କରିଥିବା ଉତ୍ତର ପ୍ରଦେଶର ପୂର୍ବ ଆଇଜିପି ତଥା ଓଡିଆ ଆଇପିଏସ ଦେବେନ୍ଦ୍ର କିଶୋର ପଣ୍ଡା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର କୃଷ୍ଣ ପ୍ରେମ ପାଇଁ ନୁହେଁ ବରଂ ଅନ୍ୟ ଏକ ରୋଚକ କାରଣ ପାଇଁ ସେ ଲାଇମଲାଇଟକୁ ଆସିିଛନ୍ତି । ତାଙ୍କୁ ଏକ ବିଦେଶୀ କମ୍ପାନୀର ଏଜେଣ୍ଟ 381 କୋଟି ଟଙ୍କାର ଠକେଇ କରିଛି ବୋଲି ପଣ୍ଡା ନିଜେ ପୋଲିସରେ ଅଭିଯୋଗ କରିଛନ୍ତି ।

  • ବିଦେଶୀ କମ୍ପାନୀରେ କରୁଥିଲେ ଟ୍ରେଡିଂ

ଡି କେ ପଣ୍ଡା ଏକ ବିଦେଶୀ କମ୍ପାନୀରେ ଟଙ୍କା ଲଗାଇ ଏହି ରାଶି ଲାଭ କରିଥିଲେ । ମାତ୍ର ଉକ୍ତ କମ୍ପାନୀ ଓ ଏହାର ଜଣେ ଏଜେଣ୍ଟ ତାଙ୍କୁ ହ୍ବାଟ୍ସଆପରେ ଫୋନ କରି ଧମକ ଦେବା ସହ ସବୁତକ ଟଙ୍କା ଗାଏବ କରିଦେଇଛନ୍ତି ବୋଲି ପଣ୍ଡା ତାଙ୍କ ଏତଲାରେ ଦର୍ଶାଇବା ପରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ତେବେ ପୋଲିସ ଚାକିରି ଛାଡି ଆଧ୍ୟାତ୍ମିକତାରେ ପ୍ରବେଶ କରିଥିବା ଦାବି କରୁଥିବା ପଣ୍ଡା ବିଦେଶୀ କମ୍ପାନୀରେ ମୋଟା ଅଙ୍କର ଟ୍ରେଡିଂ କରୁଥିବା ଓ ଏଥିରୁ କୋଟି କୋଟି ଟଙ୍କା ଲାଭ କରୁଥିବା କଥା ପଦାରେ ପ୍ରାୟତଃ ପଡିଛି ।

ଏହା ମଧ୍ୟ ପଢ଼ନ୍ତୁ-

କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର

  • 381 କୋଟି ଟଙ୍କା ଜିତିଥିଲେ, ଠକିନେଲା ବିଦେଶୀ କମ୍ପାନୀ !

ପୂର୍ବତନ ପୋଲିସ ଆଇଜି ଡିକେ ପଣ୍ଡା ଗତକାଲି (ମଙ୍ଗଳବାର) ଉତ୍ତର ପ୍ରଦେଶର ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ଏ ସମ୍ପର୍କିତ ଏକ ଅଭିଯୋଗ କରିଛନ୍ତି । ବ୍ରିଟେନର ଏକ କମ୍ପାନୀ ଏବଂ ଏହାର ଜଣେ ଏଜେଣ୍ଟଙ୍କ ବିରୋଧରେ ଏହି ଏତଲା କରାଯାଇଛି । ସେ ଏହି କମ୍ପାନୀରୁ 381 କୋଟି ଟଙ୍କା ଲାଭ କରିଛନ୍ତି, ସେ ଏହାକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଚାହୁଁଥିଲେ, ମାତ୍ର କମ୍ପାନୀ ଓ ଏହାର ଜଣେ ଏଜେଣ୍ଟ ତାଙ୍କ ଟଙ୍କା ଠକି ନେଇଛନ୍ତି । ଏପରିକି କୌଣସି ଅପ୍ରୀତିକର ଘଟଣା ପାଇଁ ତାଙ୍କ ପରିଚୟପତ୍ର ଏବଂ ଆଧାର କାର୍ଡ ଉକ୍ତ କମ୍ପାନୀ ଦ୍ବାରା ବ୍ୟବହାର କରାଯାଇପାରିବ ବୋଲି ମଧ୍ୟ ସେ ଅଭିଯୋଗରେ ଆଶଙ୍କା ପ୍ରକାଶ କରିଛନ୍ତି । ସେହି ଆଧାରରେ ଉତ୍ତର ପ୍ରଦେଶ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • ହ୍ବାଟ୍ସଆପରେ ଟଙ୍କା ମାଗିଥିଲା ବିଦେଶୀ ଏଜେଣ୍ଟ:-

ଅଭିଯୋଗରେ ପଣ୍ଡା ଦର୍ଶାଇଛନ୍ତି, ସେ ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଅନଲାଇନରେ ପରିଚିତ ହୋଇଥିଲେ । ଏହା ପରେ ସେ ବ୍ରିଟେନର ଫିନ ଏକ୍ସ ନାମକ ଏକ କମ୍ପାନୀରେ ଟଙ୍କା ଲଗାଇଥିଲେ । 25 ତାରିଖରେ ଜଣେ ଏଜେଣ୍ଟ ତାଙ୍କୁ ହ୍ବାଟ୍ସଆପରେ ସେ 381 କୋଟି ଟଙ୍କା ଜିତିଥିବା ଜଣାଇଥିଲେ ଓ ଏଥିପାଇଁ 8 ଲକ୍ଷ ଟଙ୍କାର ଟାକ୍ସ ମଧ୍ୟ ମାଗିଥିଲେ । ହେଲେ ପଣ୍ଡା ଏହି ରାଶି ପ୍ରଦାନ କରିବାକୁ ମନା କରିବାରୁ ସେହି ଲାଭାଂଶ ଟଙ୍କା ସେ ପାଇନଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ନାଚି ପାରିବେନି ବାରଗାର୍ଲ

ଏହା ମଧ୍ୟ ପଢନ୍ତୁ:- ବିନା ପରୀକ୍ଷାରେ ଆଇପିଏସ ଅଫିସର, ୨ ଲକ୍ଷ ଟଙ୍କା ଦେଇ କିଣିଥିଲା ବର୍ଦ୍ଦି ଓ ବନ୍ଧୁକ - Bihar Boy Poses IPS

ଏହା ମଧ୍ୟ ପଢନ୍ତୁ:-କାଶ୍ମୀରରେ ଆତଙ୍କୀ ଅପରେସନର ନେତୃତ୍ବ ନେବେ ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ ସ୍ବାଇଁ, DGP ନିଯୁକ୍ତ କଲା କେନ୍ଦ୍ର - Rashmi Ranjan Swain new DGP of JK

  • ଚର୍ଚ୍ଚିତ ଓଡିଆ IPS ଡି.କେ ପଣ୍ଡା :-

ଦେବେନ୍ଦ୍ର କିଶୋର ପଣ୍ଡା ଜଣେ ଓଡିଆ ପୋଲିସ ଅଧିକାରୀ । ସେ 1971 ମସିହା ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡର ଭାରତୀୟ ପୋଲିସ ସେବା ଅଧିକାରୀ ଭାବେ କାମ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ପୋଲିସ ବିଭାଗରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିବା ସହ ସେ ଆଇଜି (ପୋଲିସ ମହାନିରୀକ୍ଷକ) ରାଙ୍କରେ ମଧ୍ୟ ପହଞ୍ଚିଥିଲେ । ମାତ୍ର 2007 ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ 2005 ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଆକସ୍ମିକ ଭାବେ ରାଧାରାଣୀ ବେଶ ଧାରଣ କରିଥିଲେ । ସେତେବେଳେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଜଣେ ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ ଏପରି ଅପ୍ରତ୍ୟାଶିତ ଭାବେ ତଥାକଥିତ ରାଧା ଅବତାର ଗ୍ରହଣ କରିବାକୁ ସହଜରେ ଗ୍ରହଣ କରାଯାଇ ପାରିନଥିଲା ।

  • ଦେବେନ୍ଦ୍ର କିଶୋର ପଣ୍ଡା ଜଣେ ଓଡ଼ିଆ ପୋଲିସ ଅଧିକାରୀ
  • ସେ 1971 ମସିହା ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡର ଭାରତୀୟ ପୋଲିସ ସେବା (IPS) ଅଧିକାରୀ
  • ସେ ଆଇଜି (ପୋଲିସ ମହାନିରୀକ୍ଷକ) ରାଙ୍କରେ ମଧ୍ୟ ପହଞ୍ଚିଥିଲେ
  • 2007 ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ 2005 ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ
  • ଆକସ୍ମିକ ଭାବେ ରାଧାରାଣୀ ବେଶ ଧାରଣ କରିଥିଲେ ଆଇପିଏସ ଡିକେ ପଣ୍ଡା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2024, 6:02 PM IST

ABOUT THE AUTHOR

...view details