ଓଡିଶା

odisha

ETV Bharat / bharat

ବିଦେଶ ମନ୍ତ୍ରଣାଳୟର ବଡ ସୂଚନା: ଋଷରେ ଫସିଛନ୍ତି 20 ଭାରତୀୟ, ସମସ୍ତଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି - Russian army

20 Indians taken to Russia on the pretext of good jobs still trapped there: ଋଷରେ ଫସିଛନ୍ତି 20 ଭାରତୀୟ, ସମସ୍ତଙ୍କୁ କରାଯାଉଛି ଯୋଗାଯୋଗ । ବିଦେଶ ମନ୍ତ୍ରଣାଳୟର ସୂଚନା ବଢାଇଲା ଚିନ୍ତା । ଅଧିକ ପଢନ୍ତୁ

ବିଦେଶ ମନ୍ତ୍ରଣାଳୟର ବଡ ସୂଚନା: ଋଷରେ ଫସିଛନ୍ତି 20 ଭାରତୀୟ, ସମସ୍ତଙ୍କୁ କରାଯାଉଛି ଯୋଗାଯୋଗ
ବିଦେଶ ମନ୍ତ୍ରଣାଳୟର ବଡ ସୂଚନା: ଋଷରେ ଫସିଛନ୍ତି 20 ଭାରତୀୟ, ସମସ୍ତଙ୍କୁ କରାଯାଉଛି ଯୋଗାଯୋଗ

By ETV Bharat Odisha Team

Published : Feb 29, 2024, 8:15 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଋଷ ସେନାରେ କିଛି ଭାରତୀୟଙ୍କୁ ବିଭିନ୍ନ ଉପାୟରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇ ଆସୁଥିଲା । ଏକାଧିକ ରାଜ୍ୟର କିଛି ଯୁବକ କାମ ପାଇଁ ଆରବ ଓ ଋଷ ଯାତ୍ରା କରିଥିବା ପରେ ସେମାନଙ୍କୁ ଋଷରେ ସେନାରେ ଭର୍ତ୍ତି କରାଯିବା ସହ ୟୁକ୍ରେନ ବିରୋଧରେ ଜାରି ରହିଥିବା ଯୁଦ୍ଧରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏବେ ଏହି ସଂକ୍ରାନ୍ତରେ ବିଦେଶ ମନ୍ତ୍ରଣାଳୟ ଏକ ବଡ ସୂଚନା ଦେଇଛି । ଏବେ ଋଷରେ ପ୍ରାୟ 20 ଜଣ ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ଭଲ କାମ ପ୍ରଲୋଭନରେ ଋଷ ନିଆଯାଇଥିଲା । ସେମାନେ ସେଠାରେ ଫସି ରହିଛନ୍ତି । ଭାରତୀୟ ଦୂତାବାସ ସହ ସେମାନେ ସମ୍ପର୍କ ମଧ୍ୟ କରିଛନ୍ତି । ସେମାନଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସେମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଥିବା ବିଦେଶ ବ୍ୟାପାର ପ୍ରବକ୍ତା ରଣଧୀର ଜୈଶଓ୍ବାଲ କହିଛନ୍ତି ।

ଆଜି ନିୟମିତ ସାପ୍ତାହିକ ପ୍ରେସମିଟକୁ ସମ୍ବୋଧିତ କରି ଜୈଶଓ୍ବାଲ କହିଛନ୍ତି, ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ସେମାନେ ଦୂତାବାସ ସହ ଯୋଗାଯୋଗ କରିବା ପରେ ସମାନଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସେମାନଙ୍କୁ ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଯାତ୍ରା ନକରିବା ଓ ଦ୍ବନ୍ଦ୍ବରୁ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ପ୍ରସଙ୍ଗରେ ସରକାର ପ୍ରାଥମିକତା ଆଧାରରେ ଋଷ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଉଭୟ ଦିଲ୍ଲୀ ଓ ମସ୍କୋରେ ଏହି ପ୍ରସଙ୍ଗରେ ପାରସ୍ପାରିକ କଥାବାର୍ତ୍ତା ହୋଇଛି । ଭାରତୀୟଙ୍କ ସୁରକ୍ଷା ପ୍ରାଥମିକତା । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକତା ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସମର୍ଥନରେ ପ୍ରତିଭା ! କହିଲେ, ବିଧାୟକ ନାରାଜ ହେବା ସ୍ବାଭାବିକ

ତେବେ ଏଠାରେ ସୂଚନାଯୋଗ୍ୟ ଯେ, କିଛି ଭାରତୀୟ କାମ କରିବା ପାଇଁ ଏଜେଣ୍ଟଙ୍କ ମାଧ୍ୟମରେ ବିଦେଶ ଯାଇ ଋଷରେ ଫସିଥିବା ଅଭିଯୋଗ ହୋଇଛି । ନିକଟରେ ଏନେଇ ଏକାଧିକ ରାଜ୍ୟରୁ ଏପରି ସଙ୍ଗୀନ ଅଭିଯୋଗ ଆସିଥିଲା । ୟୁକ୍ରେନ ବିରୋଧରେ ଋଷ ସେନା ଗତ 2 ବର୍ଷ ଧରି ଜାରି ରଖିଥିବା ଯୁଦ୍ଧରେ ବିଦେଶୀ ନାଗରିକଙ୍କୁ ନିୟୋଜିତ କରିଛି । ଦୁଇ ଦେଶର ଦ୍ବନ୍ଦ୍ବରେ ଜଡିତ ନଥିବା କିଛି ବିଦେଶୀ ମଧ୍ୟ ୟୁକ୍ରେନ ସୀମୀରେ ଯୁଦ୍ଧ ଲଢୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଆଜି ଭାରତୀୟଙ୍କ ସମ୍ପର୍କରେ ଆଜି ପ୍ରଥମ ଥର ବିଦେଶ ବ୍ୟାପାର ମନ୍ତ୍ରଣାଳୟ ସୂଚନା ସାର୍ବଜନୀନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details