ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଗାଁ ମୁହାଁ ବନ୍ୟଜନ୍ତୁ - ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟଣା
🎬 Watch Now: Feature Video
ରାଇରଙ୍ଗପୁର: ଏସିଆ ମହାଦେଶର ଦ୍ୱିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ମାତ୍ର ଲଗାତାର ଦୁଇ ବର୍ଷ ହେବ ଗ୍ରାଷ୍ମ ଦିନ ଆସିଲେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଯାଉଛି । ଫଳରେ କେତେକ ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡିବା ସହ ଅନ୍ୟ କେହି ଜୀବନ ବିକଳରେ ଗାଁ ମୁହାଁ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ, ଆଜି(ଶନିବାର) ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଧୀନସ୍ଥ ନିହାଣଗଣ୍ଡି ଗାଁରେ ହରିଣ ପଲ ପଶି ଆସିଥିବା ଦେଖିବାକୁ ମିଳିଛି । ତିନିଟି ହରିଣକୁ କୁକୁର ଗୋଡାଉ ଥିବାର ଲୋକେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବାସିନ୍ଦା କୁକୁରଗୁଡିକୁ ଘଉଡାଇ ଦେଇଥିଲେ । ଯାହା ଫଳରେ ଗୋଟିଏ ହରିଣ ଗାଁ ମଧ୍ୟରେ ପ୍ରବେଶ କରିଥିବାବେଳେ ଅନ୍ୟ ଦୁଇଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବାର ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଗ୍ରାମବାସୀ ଗୋଟିଏ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଉଦ୍ଧାର ହରିଣକୁ ରାଣୀଭୋଳ ଜଙ୍ଗଲ ଦେଇ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଛଡ଼ାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ
Last Updated : Feb 3, 2023, 8:21 PM IST