Vaccine Drive: ଖୋର୍ଦ୍ଧାରେ 12ରୁ 14 ବର୍ଷ ପିଲା ନେଲେ ଟିକା - ଖୋର୍ଦ୍ଧାରେ 12ରୁ 14 ବର୍ଷ ବୟସ୍କ ନେଲେ ଟିକା
🎬 Watch Now: Feature Video
ଖୋର୍ଦ୍ଧା: ଆଜି ଜାତୀୟ ଟିକାକରଣ ଦିବସ । ଏହି ଅବସରରେ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ୧୨ରୁ ୧୪ ବର୍ଷ ପିଲାମାନଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୨ ରୁ ୧୪ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଟୀକା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଏବଂ ବାଳକାଟିରେ ଏହାର ଶୁଭାରମ୍ଭ କରାଯାଇଥିବାବେଳେ ମୋଟ ୩୮ହଜାର ୯୬୪ଜଣଙ୍କୁ ଟୀକାକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସେହିପରି ଆସନ୍ତାକାଲି ଠାରୁ ପ୍ରତି ସ୍କୁଲରେ ଟୀକାକରଣ କରାଯିବ । ଯେଭଳି ଶତପ୍ରତିଶତ ଟୀକାକରଣ ହେବ ସେ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସେପଟେ ଟିକା ଦ୍ୱାରା ଆମେ କୋରୋନାକୁ ପ୍ରତିହତ କରିପାରିବୁ ଏବଂ ନ ଡ଼ରି ସମସ୍ତେ ଟୀକା ନେବାକୁ କହିଛନ୍ତି ଟିକା ନେଇଥିବା ଛାତ୍ରୀ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:19 PM IST