ବାନ୍ତି କରିବା ବେଳେ ମାଡି ଆସିଲା ଟ୍ରେନ, ଆଖି ବୁଜିଲେ ଯୁବକ - ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣା

🎬 Watch Now: Feature Video

thumbnail

By

Published : Sep 23, 2022, 9:16 AM IST

ମୁମ୍ବାଇ: ପ୍ଲାଟଫର୍ମ ନିକଟ ଟ୍ରାକରେ ବାନ୍ତି କରିବା ବେଳେ ମାଡି ଆସିଲା ଦ୍ରୁତଗାମୀ ଟ୍ରେନ । ଟ୍ରେନ ଧକ୍କାରେ ଆଖି ବୁଜିଲେ ୨୦ ବର୍ଷୀୟ ଯୁବକ । ଯାହାର ଛାତିଥରା ଦୃଶ୍ୟ ପ୍ଲାଟଫର୍ମରେ ଲାଗିଥିବା ସିସିଟିଭରେ କଏଦ ହୋଇଛି । ମହାରାଷ୍ଟ୍ର ଧୁଲେରୁ ଏହି ଦୁର୍ଘଟଣା ସାମ୍ନାକୁ ଆସିଛି । ମୃତ ଯୁବକ ଅଗ୍ନିବୀର ନିଯୁକ୍ତି ପାଇଁ ମୁମ୍ବାଇ ଯାଉଥିଲେ । ଏଥିପାଇଁ ପ୍ରଥମେ ସେ ଧୁଲେରୁ ଚାଲିଶଗାଓଁ ଷ୍ଟେସନରେ ପହଞ୍ଚି ଥିଲେ । ସେଠାରୁ ମୁମ୍ବାଇ ଯିବାକୁ ଟ୍ରେନ ଯୋଗେ କଲ୍ୟାଣ ଷ୍ଟେସନରେ ପହଞ୍ଚି ଥିଲେ । ଏହି ସମୟରେ ତାଙ୍କୁ ବାନ୍ତି ଲାଗିଥିଲା । ତେଣୁ ବାନ୍ତି କରିବା ପାଇଁ ଟ୍ରାକ ନିକଟରେ ବସିଥିବା ବେଳେ ହଠାତ୍ ଦ୍ରୁତଗାମୀ ଟ୍ରେନ ମାଡି ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.