thumbnail

Viral Video: ସ୍ୱାମୀକୁ ବ୍ୟାଟରେ ନିସ୍ତୁକ ପିଟିଲା ସ୍ତ୍ରୀ

By

Published : Jul 13, 2022, 10:27 PM IST

ଜୟପୁର: ରାଜସ୍ଥାନର ବିକାନେରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ବ୍ୟାଟରେ ପିଟୁଥିବା ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଘଟଣାଟିକୁ କେହି ଜଣେ ମୋବାଇଲରେ ସୁଟ କରିନେଇଥିଲା । ଏହି ଘଟଣା ସମୟରେ ବିଜୁଳି କଟିଯାଇଥିଲା । କିଛି ଲୋକ ଟର୍ଚ୍ଚ ଅନ କରି ସେହି ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ପତ୍ନୀ ଜଣକ ପ୍ରବଳ ରାଗିଥିବା ଦେଖିବାକୁ ମିଳିଥିଲା । ସ୍ବାମୀଙ୍କୁ ଅତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବଶ୍ୟ ଏବି ଘଟଣାକୁ ନେଇ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କ ତରଫରୁ ଜୟନାରାୟଣ ବ୍ୟାସ କୋଲୋନୀ ଥାନାରେ କେଶ କରାଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.