Watch Video: ଶିଶୁକୁ ଜନ୍ମ ଦେବା ପରେ ସ୍ତ୍ରୀକୁ ତକିଆରେ ଚାପି ହତ୍ୟା କଲା ସ୍ବାମୀ

By

Published : Jun 4, 2022, 7:06 PM IST

thumbnail
ଚଣ୍ଡିଗଡ଼ : ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି । ଏବେ ଲୋକମାନେ ନିଜ ପରିବାର ପ୍ରତି ବି ମୋହ ମାୟା ଦେଖାଉନଥିବା ଦେଖାଯାଇଛି । ପଞ୍ଜାବର କପୁରଥାଲାରୁ ସାମ୍ନାକୁ ଆସିଛି ଏଭଳି ଖବର । ଏଠାକାର ସିଭିଲ ହସ୍ପିଟାଲର ପ୍ରସୂତି ବିଭାଗରେ ଜଣେ ଚିକିତ୍ସାଧୀନ ମହିଳାଙ୍କୁ ତାଙ୍କ ସ୍ୱାମୀ ଅତି ଅମାନୁଷିକ ଭାବେ ହତ୍ୟା କରିଛି । ଏହି ପୁରା ଘଟଣାର ଦୃଶ୍ୟ ସିସି ଟିଭି କ୍ୟାମେରାରେ କଏଦ ହୋଇଛି । ଛାତି ଥରାଇ ଦେବା ଭଳି ଏହି ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । କୁହାଯାଉଛି ଯେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ସନ୍ଦେହ କରୁଥିଲା। ଏଣୁ ହସ୍ପିଟାଲରେ ସେ ତାଙ୍କ ମୁହଁକୁ ତକିଆରେ ଚାପି ମାରି ଦେଇଛି । ତେବେ ସବୁଠୁ ଦୁଃଖର କଥା ହେଉଛି ମହିଳା ୪ ଦିନ ପୂର୍ବରୁ ଏକ ପୁଅକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ସିଭିଲ ହସ୍ପିଟାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା ଓ ସେମାନେ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.