ଚମକିଲା ଛାତ୍ରଙ୍କ ଭାଗ୍ୟ, ପାଇଲେ 7 ଲକ୍ଷ ଟଙ୍କାର ହୀରା - ପନ୍ନା ଛାତ୍ରଙ୍କୁ ମିଳିଲା ହୀରା
🎬 Watch Now: Feature Video
ଭୋପାଳ: ମଧ୍ୟ ପ୍ରଦେଶର ହୀରା ନଗରୀ ଭାବରେ ପରିଚିତ ପନ୍ନାରେ ଜଣେ ଛାତ୍ରଙ୍କୁ ମିଳିଲା ସୁଦ୍ଧ ହୀରା । ୩ କାରାଟ୍ ୩୩ସେଣ୍ଟ୍ କିସମର ଏହାଏକ ଉଜ୍ଜଳମୟୀ ହୀରା (student found pure diamond in panna diamond mine)। ରାଣୀଗଞ୍ଜର ବାସିନ୍ଦା ମହମ୍ମଦ ସାରିକ ଖାନ୍ ବର୍ତ୍ତମାନ ମାନିଂ(ଖଣି) ବିଷୟକୁ ନେଇ ପାଠ ପଢ଼ୁଛନ୍ତି । ପାଠ ପଢିବା ସହ ସେ କ୍ରୀଷ୍ଣା କଲ୍ୟାଣପୁରରେ ପଟ୍ଟା ତିଆରି କରି ହୀରା ଖାଦାନ ଆରମ୍ଭ କରିଥିଲେ । ତେବେ ମାତ୍ର ୩ ମାସ ମଧ୍ୟରେ ଛାତ୍ରଙ୍କୁ ହୀରା ମିଳିଛି । ବଜାରରେ ଏହାର ଆମନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ହୀରା ନିଲାମ ହେବାପରେ ମିଳିବାକୁ ଥିବା ଟଙ୍କାରେ ଅଧିକ ପାଠ ପଢିବେ ବୋଲି କହିଛନ୍ତି ମହମ୍ମଦ ସାରିକ ।