କାଠ ଗଦାରେ ଲୁଚିଥିଲା 7 ଫୁଟିଆ ଅଜଗର, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ
🎬 Watch Now: Feature Video
ଭବାନୀପାଟଣା: କାଠ ଗଦାରୁ ବିଶାଳ ଅଜଗର ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ରେଞ୍ଜର ଉଛଲା ଗ୍ରାମରେ ଏକ 7 ଫୁଟରୁ ଉର୍ଦ୍ଧ୍ବ ଲମ୍ବର ଅଜଗରକୁ ଉଦ୍ଧାର କରାଯାଇଛି । ଖାଦ୍ୟ ଅନ୍ୱେଷଣରେ ଜନ ବସତି ଆଡ଼କୁ ଚାଲି ଆସିଥିବା ବନବିଭାଗ ସୂଚନା ଦେଇଛି । ବିଶାଳ ଅଜଗର ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇଥିବାବେଳେ ସାପଟିକୁ ଉଦ୍ଧାର କରି ନିକଟସ୍ଥ ସିଙ୍ଗାରି ଜଙ୍ଗଲରେ ଛାଡି ଦିଆଯାଇଛି ।