Rath Yatra 2022: ପୁରୀରେ ପହଞ୍ଚିଲା ରଥ ଦଉଡ଼ି - ପୁରୀ ରଥଯାତ୍ରା ରଥ ଦଉଡି
🎬 Watch Now: Feature Video
ପୁରୀ: ପୁରୀରେ ପହଞ୍ଚିଲା ରଥଯାତ୍ରା ପାଇଁ ରଥ ଦଉଡି । ୧୨ଟି ରଥ ଟଣା ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରିଛନ୍ତି । ଆଜି ଏହି ଦଉଡ଼ି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି । ତେବେ ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ