ଜଗାବଳିଆ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା, ସେବାୟତଙ୍କ ଦ୍ୱାରା ପ୍ରସ୍ତୁତି ଶେଷ

By

Published : Aug 9, 2022, 7:22 PM IST

thumbnail
ପୁରୀ: ପାଖେଇ ଆସୁଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ମା’ ସୁଭଦ୍ରା ଦୁଇ ଭାଇ ଜଗାବଳିଆଙ୍କ ହାତରେ ବାନ୍ଧିବେ ରାକ୍ଷୀ । ସେବାୟତଙ୍କ ଦ୍ବାରା ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଶ୍ରୀମନ୍ଦିର ପାଟରା ସେବକ ଜଗନ୍ନାଥପାତ୍ରଙ୍କ ଦ୍ବାରା ରାକ୍ଷୀ ପ୍ରସ୍ତୁତି ଶେଷହୋଇଛି । ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ଦୁଇଟି ଲେଖାଏଁ ୪ଟି ବଡ଼ ରାକ୍ଷୀ ଓ ୪ଟି ଗୁଆମାଳ ପ୍ରସ୍ତୁତ ହୋଇଛି। ଗହ୍ମା ପୂର୍ଣ୍ଣିମାରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.