Sambalpuri Din: ପାରମ୍ପାରିକ ବାଦ୍ୟରେ ଝୁମିଲା ସମ୍ବଲପୁର - ସମ୍ବଲପୁରରେ ସମ୍ବଲପୁରୀ ଦିନ ପାଳିତ
🎬 Watch Now: Feature Video
ସମ୍ବଲପୁର: ପ୍ରତିବର୍ଷ ପରି ଆଜି ତଥା ଅଗଷ୍ଟ 1 ତାରିଖରେ ଧୁମଧାମରେ ପାଳିତ ହେଉଛି ସମ୍ବଲପୁରୀ ଦିବସ (Sambalpuri Din)। ପ୍ରଖ୍ୟାତ ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ପଶ୍ଚିମ ଓଡ଼ିଶାରେ ଏହି ଦିବସକୁ ପାରମ୍ପରିକ ବାଦ୍ୟ, ନାଚ, ଗୀତ ତାଳେ ତାଳେ ପାଳିତ ହେଉଛି। ଏହି ଦିବସକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଉଦଘାଟିତ ହୋଇଛି। ଏହି ଦିନ ପାଳନ କରିବା ପୂର୍ବରୁ ଝାରସୁଗୁଡ଼ା ଷ୍ଟେସନଛକ ନିକଟରେ ଥିବା କନକ ଦୁର୍ଗା ମନ୍ଦିରରୁ ମଙ୍ଗଳବଜାର ଅଡିଟୋରିୟମକୁ ଏକ ରାଲି ଅନୁଷ୍ଠିତ ହୋଇଛି । ଏହି ରାଲିରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଭାପତି, ସମ୍ପାଦକ, ଉପଦେଷ୍ଟାଙ୍କ ସମେତ ବହୁ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନ ସମସ୍ତେ ଯୋଗ ଦେଇଛନ୍ତି । ପରେ ପରେ ମଙ୍ଗଳବଜାର ଅଡିଟୋରିୟମ ଠାରେ ସମ୍ବଲପୁରି ଦିନ ପାଳନ କରାଯାଇଛି । ଗୁରୁ ସତ୍ୟନାରାୟଣଙ୍କ ଜନ୍ମ ଦିନରେ ସମ୍ବଲପୁରୀ ଦିନ ପାଳନ କରିବା ପାଇଁ ଆଜି ଝାରସୁଗୁଡାବାସୀ ଏକ ହୋଇଛନ୍ତି। ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ, ଫେସନ ଶୋ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂସ୍କୃତି, ଭାଷା, କଳା, ବସ୍ତ୍ର ତଥା ପରମ୍ପରାକୁ ଦେଶ ବିଦେଶରେ ପରିଚିତ କରିବାପାଇଁ ଆଜି ସଂକଳ୍ପ ନିଆଯାଇଛି । ଇଟିଭି ଭାରତ, ସମ୍ବଲପୁର