Odisha Investors Meet: ପ୍ରମୁଖ ଶିଳ୍ପ ସଚିବଙ୍କ ଆହ୍ୱାନ, ଦେଶ ତୁଳନାରେ ଓଡିଶାରେ ମିଳିବ ଅଧିକ ସୁବିଧା
🎬 Watch Now: Feature Video
ହାଇଦ୍ରାବାଦ: ରାଜ୍ୟ ସରକାର ଏବଂ ଶିଳ୍ପ ସଂଘ ଫିକିର ମିଳିତ ଆନୁକୂଲ୍ୟରେ ସୋମବାର ସନ୍ଧ୍ୟାରେ ହାଇଦ୍ରାବାଦର ହୋଟେଲ ତାଜ କ୍ରିଷ୍ଣାରେ ପଞ୍ଚମ ତଥା ଶେଷ ଓଡ଼ିଶା ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶାରେ ନିବେଶ କଲେ ନିବେଶକଙ୍କୁ ଅନେକ ଫାଇଦା ମିଳିବ । କାରଣ ସମସ୍ତ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଗାମୀ ୧୦ ବର୍ଷରେ ଓଡ଼ିଶା ଉଚ୍ଚ ଅଭିବୃଦ୍ଧି ହାସଲ କରିବ । ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ରାଜ୍ୟ ସରକାର କିଭଳି ସହଯୋଗ କରୁଛନ୍ତି ତାହା ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶିଳ୍ପ ସଚିବ ହେମନ୍ତ ଶର୍ମା (Industries Principal Secretary invited investors)।