ମେଣ୍ଢାଶାଳରେ ଜନ୍ମ ହୋଇଥିଲେ ପ୍ରଭୁ ଯୀଶୁ, ବିଶେଷତ୍ୱ ବଖାଣିଲେ ଫାଦର - ଯୀଶୁଙ୍କ ଜନ୍ମର ବିଶେଷତ୍ୱ
🎬 Watch Now: Feature Video
କଟକ: ଆଜି ପବିତ୍ର ବଡ଼ଦିନ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ବଡ଼ଦିନ ପାଇଁ ବେଶ ଉତ୍ସବ ମୁଖର ହୋଇପଡିଛି କଟକର ସମସ୍ତ ଚର୍ଚ୍ଚ। କୋଭିଡ କଟକଣାରେ ଚର୍ଚ୍ଚରେ ପାର୍ଥନା କରୁଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଶ୍ରଦ୍ଧାଳୁ । ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ଏକ ମେଣ୍ଢାଶାଳରେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ତେବେ ଯୀଶୁଙ୍କ ଜନ୍ମ ବିଷୟରେ ଅଧିକ ଜାଣିବା ପାଇଁ କଟକ କାଥଲିକ ଚର୍ଚ୍ଚରୁ ଜଣେ ଫାଦରଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି ।