ନୟାଗଡ଼: ଖଟତଳେ ଲୁଚି ରହିଥିଲା ବିରାଟକାୟ ସାପ, ଭୟଭୀତ ପରିବାର ଲୋକେ

By

Published : Aug 9, 2022, 6:32 PM IST

thumbnail

ନୟାଗଡ଼: ଖଟତଳେ ଲୁଚି ରହିଥିଲା ବିରାଟକାୟ ଅହିରାଜ । ଘର ଭିତରେ ଏତେ ବଡ଼ ସାପକୁ ଦେଖି ଭୟଭୀତ ପରିବାର ଲୋକେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର କାବୁଲି ଜେନାଙ୍କ ଘରୁ ବିରାଟକାୟ ଅହିରାଜ ସାପ ଦେଖିବାକୁ ମିଳିଛି । ଓଡ଼ଗାଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ସାପଟି ଉଦ୍ଧାର ହୋଇଛି । ବିରାଟକାୟ ସାପକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା । ସାପଟିର ଲମ୍ବ 11 ଫୁଟ ହୋଇଥିବାବେଳେ ଓଜନ 7 କିଲୋ ଏବଂ ବୟସ 5 ରୁ 7 ବର୍ଷ ହେବ l ଉଦ୍ଧାର ପରେ ତାକୁ ସ୍ଥାନୀୟ ଗୟଲ ସିଂ ଜଙ୍ଗଲରେ ଛଡ଼ାଯାଇଛି l ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.