ଆଜି ପହିଲି ରଜ, ପୁଚି-ଦୋଳି ଖେଳରେ କମ୍ପୁଛି ଗାଁ

By

Published : Jun 14, 2022, 3:46 PM IST

thumbnail
ଖୋର୍ଦ୍ଧା: ବାରମାସରେ ତେର ପର୍ବ ଆମ ସଂସ୍କୃତି ଓ ପରମ୍ପରା । ଆଉ ଏଥିମଧ୍ୟରୁ ରଜପର୍ବ ହେଉଛି ଆମ ଓଡ଼ିଆଙ୍କ ପାଇଁ ଏକ ନିଆରା ପର୍ବ । ଏହି ରଜପର୍ବକୁ ପ୍ରାୟତଃ 3ଦିନ ଧରି ପାଳନ କରାଯାଇଥାଏ । ଆଉ ଆଜି ହେଉଛି ପହିଲି ରଜ । ଏହି ପହିଲି ରଜରେ ଗାଁଠୁ ସହର ସବୁଠି ବେଶ ଉତ୍ସବମୁଖର ହୋଇ ପଡିଛି । ସେପଟେ ଦେଖିବାକୁ ଗଲେ ଗାଁ ଗାଁରେ କୁଆଁରୀ ଝିଅ ମାନେ ଏହି ରଜପର୍ବକୁ ବେଶ ଉତ୍ସାହର ସହ ପାଳନ କରୁଛନ୍ତି । କୁନିକୁନି ଝିଅମାନେ ହାତରେ ମେହେନ୍ଦୀ, ପାଦରେ ଅଳତା ଆଉ ମଥାରେ କୁମକୁମ ଲଗାଇ ପରସ୍ପରକୁ ପାନ ଖୁଆଇ ଦେଉଛନ୍ତି । ନାନା ଜାତିର ପିଠାପଣା ଘରେ କରି ପାଳୁଥିବା ଦେଖିବାକୁ ମିଳିଛି । ସେହିପରି ଗାଁ ଆମ୍ବତୋଟାରେ ଜମିଛି ଦୋଳି ଖେଳ । ଖୋର୍ଦ୍ଧା ଜିଲ୍ଲାର ଗାଁ ଗାଁରେ କୁମାରୀମାନେ ଦୋଳି ଖେଳ ସାଙ୍ଗକୁ, ଝୋଟି ପକାଇ ବିଭିନ୍ନ ଖେଳ ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ସେହିପରି ପୁଚି ଖେଳ ସାଙ୍ଗକୁ ପାନ ଖାଇ ବେଶ ଖୁସିର ସହ ରଜକୁ ପାଳନ କରୁଛନ୍ତି । କୋରୋନା ପାଇଁ ୨ବର୍ଷ ଧରି ଏହି ଗଣପର୍ବ ରଜ ପାଳନରେ ଲାଗିଥିଲା ପ୍ରତିବନ୍ଧକ । ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.