Blood Donation: ୧୧୭ ଥର ରକ୍ତଦାନ କରି ମହିଳାଙ୍କ ଗିନିଜ୍‌ ରେକର୍ଡ

By

Published : Jun 13, 2022, 5:13 PM IST

thumbnail
ବେଙ୍ଗାଲୁରୁ: କଥାରେ ଅଛି ରକ୍ତଦାନ ମହାପୁଣ୍ୟ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅତି କମରେ ଏହି ପୁଣ୍ୟ କାମ କରିବା ଉଚିତ । ଆମେ ଦେଉଥିବା ରକ୍ତ ଦ୍ବାରା କୌଣସି ରୋଗୀର ଅମୂଲ୍ୟ ଜୀବନ ବଞ୍ଚିଯାଇଥାଏ । ତେବେ ଏହାର ସଠିକ ମହତ୍ତ୍ବ ବୁଝିଛନ୍ତି କର୍ଣ୍ଣାଟକ ବେଙ୍ଗାଲୁରୁ ନିବାସୀ ମହିଳା ମଧୁରା ଅଶୋକ କୁମାର । ଯିଏକି ନିଜ ଜୀବନକାଳ ମଧ୍ୟରେ ଏଯାବତ୍‌ ୧୧୭ ଥର ରକ୍ତଦାନ କରିସାରିଛନ୍ତି । ଏଭଳି କରି ସେ ଅନେକ ଜୀବନ ବଞ୍ଚାଇବା ସହିତ ଗିନିଜ ରେକର୍ଡ ସୃଷ୍ଟି କରିଛନ୍ତି । ମଧୁରା ଅନେକ NGO ସହିତ ଜଡ଼ିତ ଥିବାବେଳେ ସମାଜ ସେବା କରିଆସୁଛନ୍ତି । ଅନେକ ମହତ କାର୍ଯ୍ୟ କରି ସେ ୧୮୦ଟି ପୁରସ୍କାର ଜିତିଛନ୍ତି । କୌଣସି ରେକର୍ଡ କରିବା ପାଇଁ ସେ ରକ୍ତଦାନ କରୁନାହାନ୍ତି । ତାଙ୍କ ପୂର୍ବପୁରୁଷ ସ୍ବାଧୀନତା ସଂଗ୍ରାମୀ ଥିବାବେଳେ ତାଙ୍କ ପରିବାର ସମାଜ ସେବା କରିଆସୁଛନ୍ତି । ଜନ୍ମରୁ ତାଙ୍କ ରକ୍ତରେ ସମାଜ ସେବା ରହିଛି ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.