ଓଡିଶାରେ ‘ଜନତା କର୍ଫ୍ୟୁ’, ଦେଖନ୍ତୁ ଭିଡିଓ... - Janata Curfew in Odisha

🎬 Watch Now: Feature Video

thumbnail

By

Published : Mar 22, 2020, 3:14 PM IST

ଭୁବନେଶ୍ବର: ସାରା ଦେଶରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ସମସ୍ତଙ୍କ ମନରେ ରହିଛି ଏହି ଭାଇରସର ଭୟ । ଭାରତରେ ବି ଚିନ୍ତା ବଢାଇଛି ମହାମାରୀ କୋରୋନା ଭାଇରସ । କୋରୋନା ସହ ମୁକାବିଲା ପାଇଁ ଦେଶ ତଥା ବିଭିନ୍ନ ରାଜ୍ୟରେ ଜାରି ରହିଛି ଜନତା କର୍ଫ୍ୟୁ । ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ପ୍ରଭାବ । ରାଜ୍ୟର ବଡ ବଡ ସହରରେ ସମ୍ପୂର୍ଣ୍ଣ ଶୁନଶାନ ସ୍ଥିତି । ରାଜ୍ୟରେ 5ଟି ଜିଲ୍ଲା ଓ ବିଭିନ୍ନ ସହରରେ ଘୋଷଣା ଲକଡାଉନ ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଦୈତନଗରୀ ଭୁବନେଶ୍ବର କଟକ ସମେତ ସବୁ ଜିଲ୍ଲାରେ ଦୋକାନ ବଜାର ସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ତେବେ ଦେଖନ୍ତୁ ଓଡିଶାର ବିଭିନ୍ନ ଜିଲ୍ଲା ଓ ସହରରେ କିପରି ରହିଛି ଜନତା କର୍ଫ୍ୟୁ ସମୟର ଦୃଶ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.