ହୋଟେଲ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
🎬 Watch Now: Feature Video
ଭୁବନେଶ୍ବର: 12 ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିବା ପରେ ଭୁବନେଶ୍ବରସ୍ଥିତ ମେ' ଫେୟାର ହୋଟେଲ୍ରେ ପହଞ୍ଚିଛନ୍ତି ଦୁଇ ଦେଶର କ୍ରିକେଟର । କ୍ରିକେରଟଙ୍କୁ ମେ ଫେୟାର ହୋଟେଲ୍ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପାରମ୍ପରିକ ନୃତ୍ୟଗୀତ ସହ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ସେହିଭଳି ହୋଟେଲରେ ଖେଳାଳିଙ୍କ ସମସ୍ତ ପ୍ରକାର ଉଚ୍ଚସ୍ତରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ଦେଖିବା ପାଇଁ ମେ' ଫେୟାର ହୋଟେଲ୍ରେ ଖେଳାଳିଙ୍କ ଭିଡ଼ ଜମିଥିଲା ।