ମହାବିଷୁବ ସଂକ୍ରାନ୍ତି: ସିରୁଳି ମହାବୀରଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
🎬 Watch Now: Feature Video
ବ୍ରହ୍ମଗିରି: ପୁରୀ ଜିଲ୍ଲା ସିରୁଳି ମହାବୀରଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମହା ବିଷୁବ ସଂକ୍ରାନ୍ତିରେ ମହାବୀରଙ୍କ ଜୟନ୍ତୀ ଅବସରରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହୋଇଛି । ଭୋର 3 ଟାରୁ ମନ୍ଦିର ଖୋଲାଯାଇ ମହାବୀରଙ୍କ ନୀତିକାନ୍ତି ଚାଲୁ ରହିଥିଲା । ଭୋର 5ଟାରୁ ନୀତିକାନ୍ତି ସରିବା ପରେ ପ୍ରଭୁଙ୍କ ଦର୍ଶନ କରଯାଇଥିଲା। । ଭକ୍ତମାନେ ଏକାଧିକ ଲମ୍ଭା ଲାଇନ କରି ମନ୍ଦିର ଭିତରକୁ ସିଂହ ଦୁଆର ଦେଇ ପ୍ରବେଶ କରିଥିଲେ । ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ