International Yoga Day: 17ହଜାର ଫୁଟ ଉଚ୍ଚରେ ITBP ଯବାନଙ୍କ ଯୋଗ

🎬 Watch Now: Feature Video

thumbnail
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ଯୋଗ ଦିବସ । ବିଶ୍ବରୁ ଏକ ଅମୂଲ୍ୟ ଅବଦାନ ଯୋଗ । ଜୀବନର ଅନ୍ୟନାମ ହେଉଛି ଯୋଗ । ଯବାନ ପାଳିଛନ୍ତି ଯୋଗ ଦିବସ । ଦେଶର ବିଭିନ୍ନ ସ୍ଥାନରେ ଆଇଟିବିପି ଯବାନମାନେ ଯୋଗ କରିଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯବାନମାନେ ଉଚ୍ଚତମ ଗିରିଶୃଙ୍ଗର ବରଫ ଚାଦର ଉପରେ ଯୋଗ କରିଥିବା ଦେଖିବାକୁ ମିଳିଛି । ଲଦାଖର 17 ହଜାର ଫୁଟ ଉଚ୍ଚରେ ଯୋଗଭ୍ୟାସ କରିଛନ୍ତି ଆଇଟିବିପି ଯବାନ । ସେହିପରି ଛତିଶଗଡ, ହିମାଚଳ ପ୍ରଦେଶରେ 16 ହଜାର 500 ଫୁଟ ଉଚ୍ଚରେ ଯୋଗାଭ୍ୟାସ କରିଛନ୍ତି ଆଇଟିବିପି ଯବାନ । ଉତ୍ତରାଖଣ୍ଡ, ସିକିମ ଓ ଗୌହାଟୀରେ ମଧ୍ୟ ଆଇଟିବିପି ଯବାନ ଯୋଗ କରିଛନ୍ତି ।
Last Updated : Jun 21, 2022, 7:58 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.