Watch Video: ଦେଖୁ ଦେଖୁ ଭାସିଗଲା ଇଂରେଜ ଅମଳର ରେଳ ବ୍ରିଜ - ଇଂରେଜ ଅମଳର ରେଳ ବ୍ରିଜ
🎬 Watch Now: Feature Video
ଶିମଲା: ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲା ସ୍ଥିତ ହିମାଚଳ ପ୍ରଦେଶ- ପଞ୍ଜାବ ସୀମା ଚକ୍କି ନଦୀ (chakki river) ଉପରେ ଇଂରେଜଙ୍କ ସମୟରୁ ନିର୍ମିତ 8 ଶହ ମିଟର ଲମ୍ବା ରେଳ ବ୍ରିଜ (shimla railway bridge) ଦେଖୁ ଦେଖୁ ପ୍ରଖୋର ବନ୍ୟା ପାଣିରେ ଭାସିଯାଇଛି । ନଦୀରେ ହଠାତ ବନ୍ୟା ଆସିବା ପରେ ଦୁର୍ବଳ ଖମ୍ବ ସବୁ ଦୋହଲିଯିବା ସହ ବ୍ରିଜ ଭୁଶୁଡି ପଡିଛି । ଫଳରେ ବର୍ତ୍ତମାନ ନୂଆ ବ୍ରିଜେ ହେବା ଯାଏଁ ପଞ୍ଜାବର ପଠାନକୋଟ ଓ ଜ୍ୟୋତିଗିନ୍ଦ୍ର ନଗର ମଧ୍ୟରେ ଟ୍ରେନ ସେବା ବନ୍ଦ ରହିବ । ଏହି ବ୍ରିଜ 1928 ମସିହାରେ ଇଂରେଜ ମାନେ ନିର୍ମାଣ କରିଥିଲେ । ପଠାନକୋଟ ଓ ଜ୍ୟୋତିଗିନ୍ଦ୍ର ନଗର ଦୈନିକ 7 ଟି ଟ୍ରେନ ଚଳାଚଳ କରୁଥିଲା ।