ରଜରେ ମନ କିଣିଲା ଗୁପଚୁପ ପାନ, ଖାଇବାକୁ ଜମିଲା ଭିଡ - ରଜରେ ମନ କିଣୁଛି ଗୁପଚୁପ ପାନ
🎬 Watch Now: Feature Video
ଭୁବନେଶ୍ବର: ରଜ ଆସିଲେ ପିଠାମିଠା ସହ ପାଳନର ପସରା ବେଶ ଜମିଥାଏ । ପିଲାଠୁ ବୁଢା ରଜରେ ପାନ ଖଣ୍ଡେ ଖାଇ ମଜା ନିଅନ୍ତି । ଆଉ ଏହି ମହୋତ୍ସବକୁ ଆଉ ଟିକେ ସୁନ୍ଦର କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ସହିଦ ନଗରରୁ ଲିଟର ଭାଇଙ୍କ ପାନ ଦୋକାନରେ ମିଳୁଛି ଗୁପଚୁପ ପାନ । ଖାଲି ସେତିକି ନୁହେଁ ସିଙ୍ଗଡା ପାନ ଲଡୁ ପାନ ଭଳି ପାନର ପସରା ଖୋଲିଛି । ଅର୍ଗାନିକ ପାନ ସହ ସାଧାରଣ ଦିନଠୁ ଆଉ ଟିକେ ମିଠା ବା ସୁଆଦିଆ ଓ ଆକଷର୍ଣୀୟ କିସମର ପାନ ଭଙ୍ଗା ଚାଲିଥିବା ବେଳେ ଖଣ୍ଡେ ଖାଇ ବେଶ ଖୁସି ହେଉଛନ୍ତି ରାଜଧାନୀବାସୀ ।