ବାଲେଶ୍ବରରେ ପ୍ରବଳ ବର୍ଷା, ଜଳକାରେ ବନ୍ୟା ଆଶଙ୍କା - ଜଳକାରେ ବଢିପାରେ ବନ୍ୟାପାଣି

🎬 Watch Now: Feature Video

thumbnail

By

Published : Aug 19, 2022, 10:51 PM IST

ବାଲେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ବାଲେଶ୍ଵରରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବା ବେଳେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ଓ ବନ୍ୟା ଆଶଙ୍କା କରାଯାଇଛି (flood expected in Jalaka River)। ଆଜିଠାରୁ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇଛି । ଜଳକାର ବିପଦ ସଂକେତ ୫.୬୭ ଥିବା ବେଳେ ସନ୍ଧ୍ୟା 6 ଟା ସୁଧା ଜଳସ୍ତର ବୃଦ୍ଧି ପାଇ 6.80 ହୋଇଛି । ବିପଦ ସଙ୍କେତ ଉପରେ ଜଳକା ପ୍ରବାହିତ ହେଉଥିବା ବେଳେ ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ ଏହା ବହୁମାତ୍ରାରେ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି । ନଦୀ କୂଳିଆ ଲୋକ ଅଧିକ ଦୁର୍ଦ୍ଦଶା ଭୋଗି ପାରନ୍ତି । ଏଥିପାଇଁ ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ରାତିରେ ଲଗାତର ବର୍ଷା ହେଲେ ଜଳକାରେ ବନ୍ୟା ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ଜଣାପଡୁଛି । ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.