thumbnail

By

Published : Sep 14, 2022, 5:32 PM IST

ETV Bharat / Videos

ବାରିପଦା ସହର ଉପକଣ୍ଠରେ ଦନ୍ତା ହାତୀ, ଲୋକେ ଭୟଭୀତ

ବାରିପଦା : ବାରିପଦା ସହର ଉପକଣ୍ଠରେ ଦନ୍ତା ହାତୀ ଆତଙ୍କ । ସହର ଉପକଣ୍ଠ ପୋଡ଼ା ଅସ୍ତିଆ ନିକଟରେ ହାତୀ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଶିମିଳିପାଳ ଅଭୟାରଣ୍ୟରୁ ଜନବସତି ମୁଁହାହୋଇ ପୋଡା ଅସ୍ତିଆକୁ ଚାଲିଆସିଛି ଦନ୍ତା । ବନ ବିଭାଗ କର୍ମଚାରୀ ମାନେ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ଦନ୍ତା ହାତୀଟି ଜଙ୍ଗଲରୁ ଜନବସତି ଆଡ଼କୁ ଆସିଥିବା ବେଳେ ଗତକାଲି ରାତିରେ ପାଇକବସା ଅଞ୍ଚଳରେ ଥିଲା । ତେବେ ଆଜି ସକାଳ ସମୟରେ ଜାମବଣି ହୋଇ ପୋଡା ଅସ୍ତିଆ ଅଞ୍ଚଳକୁ ମାଡ଼ି ଆସିଛି । ହାତୀଟି କୋଣସି ଧନଜୀବନ କ୍ଷୟକ୍ଷତି କରିନଥିବା ସୂଚନା ଥିବା ବେଳେ ବନବିଭାଗ ଟିମ୍ ସୁରକ୍ଷିତ ଭାବେ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ନେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.