thumbnail

By

Published : May 24, 2022, 7:02 PM IST

ETV Bharat / Videos

ବିଦ୍ୟୁତ ଯୋଗାଣ ଅବ୍ୟବସ୍ଥା ନେଇ ଗର୍ଜିଲା କମ୍ୟୁନିଷ୍ଟ ପାର୍ଟି

ବାଲେଶ୍ବର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଷ୍ଟେସନ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ଅନୁସାରେ, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବିନା ଦେୟରେ ବିଦ୍ୟୁତ୍‌ ଯୋଗାଇ ଦେବା, ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ କରାଯିବା, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ସ୍ଥିରୀକୃତ ନିୟମ ଅନୁଯାୟୀ ମାସିକ ବିଦ୍ୟୁତ୍‌ ବିଲ୍ ସର୍ବନିମ୍ନ ୨୭ ଦିନ କରାଯାଉ। ଜୋର ଜବରଦସ୍ତ ବକେୟା ବିଦ୍ୟୁତ ବିଲ ଆଦାୟ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା କାର୍ଯ୍ୟରୁ ନିବୃତ ହେବା ଭଳି ଦାବି ହୋଇଛି। ଏ ସମସ୍ତ ଦାବି ସମୂହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.