Cyclone Alert: ଦୁର୍ବଳ ହେଉଛି ବାତ୍ୟା, ଦେଖନ୍ତୁ ଗୋପାଳପୁରରେ କିଭଳି ରହିଛି ଦୃଶ୍ୟ

By

Published : May 11, 2022, 1:56 PM IST

thumbnail
ବ୍ରହ୍ମପୁର: ଦୁର୍ବଳ ହେଉଛି ବାତ୍ୟା ଅସାନି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଦୂରରେ ରହିଛି ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଗଞ୍ଜାମ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ସମେତ ଗଞ୍ଜାମ ଜିଲ୍ଲାର ଅନ୍ୟ ବେଳାଭୂମିକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କ କରାଯାଇଛି । ସେପଟେ ଗୋପାଳପୁର ବେଳାଭୂମିରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନ ଦେଇଥିବା ନିର୍ଦ୍ଦେଶକୁ ନେଇ ସତର୍କ ଦୃଷ୍ଟି ରଖାଯାଇଛି । ଏପରିକି ସମୁଦ୍ରରେ ସ୍ନାନ କରିବାକୁ ବାରଣ କରାଯାଇଛି । ବାତ୍ୟାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗୋପାଳପୁର ବେଳାଭୂମିରେ କିଭଳି ରହିଛି ଚିତ୍ର ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.