Shocking video: ଯମ ସାଜି ପାହାଡ ଉପରୁ ଖସିଲା ପଥର, ବାଇକ ଆରୋହୀ ମୃତ - କେରଳରେ ପଥର ଧକ୍କାରେ ବାଇକ ଆରୋହୀ ମୃତ

🎬 Watch Now: Feature Video

thumbnail

By

Published : Apr 29, 2022, 10:00 PM IST

ଥିରୁଅନନ୍ତପୁରମ: ପାହାଡ ମଧ୍ୟରେ ଯାଇଥିବା ସବୁଜ ବନାନୀ ଘେରା ରାସ୍ତାରେ ଚାଲିଥିଲା ବାଇକ । ହେଲେ ରାସ୍ତା ଆଗରେ ଜଗି ବସିଥିଲା ଯମ । ଆଉ ପାହାଡ ଉପରୁ ମୃତ୍ୟୁ ହୋଇ ହଠାତ୍‌ ବାଇକ ଆରୋହୀଙ୍କ ଉପରେ ଖସି ପଡ଼ିଲା । ବଡ଼ ପଥର ଧକ୍କାରେ ବାଇକ ଆରୋହୀଙ୍କ ଘଟିଛି ମୃତ୍ୟୁ । ଏଭଳି ଭୟାନକ ଦୁର୍ଘଟଣା, ଗତ ଏପ୍ରିଲ ୧୬ ତାରିଖରେ କେରଳର କୋଝିକୋଡ ୱାୟାନାଡ ଘାଟ ନିକଟ ରାସ୍ତାରେ ଘଟିଛି । ଫଳରେ ଘଟଣାସ୍ଥଳରେ ମଲପ୍ପୁରମ ଅଧିବାସୀ ଅଭିନବ(୨୦)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟଣାର ଛାତିଥରା ଦୃଶ୍ୟ ପଛରେ ଯାଉଥିବା ଅନ୍ୟ ଜଣେ ବାଇକ ଆରୋହୀଙ୍କ କ୍ୟାମେରାରେ କଏଦ ହୋଇଛି । ଦୁର୍ଘଟଣା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରିଛନ୍ତି । ହଠାତ୍ ଏହି ପଥର ସ୍ଥାନାନ୍ତର ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବନ ବିଭାଗ ମଧ୍ୟ ଉକ୍ତ ସ୍ଥାନକୁ ଯାଞ୍ଚ କରିଥିଲା କିନ୍ତୁ ଏହା ପ୍ରାକୃତିକ ଅବସ୍ଥାରେ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି । ଦେଖନ୍ତୁ ଏହି ଭୟାନକ ଦୃଶ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.