ଏକାଦଶ ରୁଦ୍ର ହଟନାଥ ମହାଦେବଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ - ଏକାଦଶ ରୁଦ୍ର ହଟନାଥ ମହାଦେବଙ୍କ ଭଉଁରୀ ଯାତ୍ରା
🎬 Watch Now: Feature Video
ଖୋର୍ଦ୍ଧା: ଚାପ ଖେଳିଲେ ଏକାଦଶ ରୁଦ୍ର ହଟନାଥ ମହାଦେବ । ଆଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି ଖୋର୍ଦ୍ଧାର ପ୍ରତ୍ୟକ୍ଷ ଠାକୁର ଏକାଦଶ ରୁଦ୍ର ହଟନାଥ ହଟକେଶ୍ବରଙ୍କ ଭଉଁରୀ ଯାତ୍ରା । ଘଣ୍ଟଘଣ୍ଟା ଶବ୍ଦର ତାଳେ ତାଳେ ମହାପ୍ରଭୁ ମହାଦେବ ହଟନାଥ ନିକଟସ୍ଥ ପୁଷ୍କରିଣୀକୁ ପହଞ୍ଚିଥିଲେ । ଆଲୋକ ମାଳାରେ ସଜ୍ଜିତ ଡଙ୍ଗାର ଭେଳାରେ ମହାଦେବ ପୁଷ୍କରିଣୀରେ 7/8ଘେରା ପରିକ୍ରମା କରିଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ପାଇକ ଆଖଡା, ଭଜନ ସମାରୋହ ଆଦି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ