ବନ୍ୟାରେ ଉବୁଟୁବୁ ଅଟ୍ରି, ଅଣ୍ଟାଏ ପାଣିରେ ପଶି ସ୍ଥିତି ସମୀକ୍ଷା କଲେ ବେଗୁନିଆ ବିଧାୟକ - ଅଟ୍ରି ଉଷ୍ଣ ପ୍ରସ୍ରବଣ କେନ୍ଦ୍ର

🎬 Watch Now: Feature Video

thumbnail

By

Published : Aug 18, 2022, 1:29 PM IST

ଖୋର୍ଦ୍ଧା: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି । ଖୋର୍ଦ୍ଧା ଜିଲ୍ଲାରେ ବି ସ୍ଥିତି ସଙ୍ଗିନ ରହିଛି । ମହାନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବାରୁ ଏହାର ଶାଖା ରଣ ନଦୀରେ ଆସିଥିଲା ବନ୍ୟା ଜଳ । ଫଳରେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ଣ ପ୍ରସ୍ରବଣ କେନ୍ଦ୍ର ରେ 4ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଅଟ୍ରି ମଧ୍ୟରେ ଥିବା କୁଣ୍ଡ ଉପରେ 3ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଏହାର ସମୀକ୍ଷା ପାଇଁ ଆଜି ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପହଞ୍ଚିଥିଲେ । ଆଣ୍ଠୁଏ ଉଚ୍ଚ ପାଣିରେ ପଶି ପର୍ଯ୍ୟଟନ ସ୍ଥଳୀର ସ୍ଥିତି ସମୀକ୍ଷା କରିଛନ୍ତି ବିଧାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.