thumbnail

କଟକରେ ବୈଶାଖୀ ବାଣିଜ୍ୟ ମେଳା ଆରମ୍ଭ: 450 ଷ୍ଟଲର ମଜା ଉଠାଇଲେ ଦର୍ଶକ

By

Published : May 7, 2022, 4:43 PM IST

କଟକ: ଉଦଘାଟିତ ହେଲା 17ତମ କଟକ ବୈଶାଖୀ ବାଣିଜ୍ୟ ମେଳା । ଦୀର୍ଘ 2 ବର୍ଷ ପରେ ମେ' 6 ତାରିଖରେ କଟକରେ ଉଦଘାଟନ ହୋଇଛି ମିନି ବାଲିଯାତ୍ରା ବା ବୈଶାଖୀ ବାଣିଜ୍ୟ ମେଳା । ଚଳିତ ବର୍ଷ 450 ଟି ଷ୍ଟଲ ପଡି ଥିବାବେଳେ ଭଳିକି ଭଳି ଫାଷ୍ଟଫୁଡ୍ ଦୋକାନ, ଦୋଳି, ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । କାରଣ ଦୁଇ ବର୍ଷ କୋଭିଡ ମହାମାରୀ କଟକଣା ପାଇଁ ବନ୍ଦ ଥିବା ମେଳା ମହୋତ୍ସବ ଏଥର ଆରମ୍ଭ ହୋଇଛି । ଫଳରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ତେବେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ କଟକ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଆଶୀର୍ବାଦ ବେହେରା, ବିଧାୟକ ମହମ୍ମଦ ମୋକିମ ଏବଂ ଅନ୍ୟାନ୍ୟ ଅଧକାରୀ ଉପସ୍ଥିତ ଥିଲେ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.